ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ରାଜ୍ୟ ବିଜେପି: ବିଜେଡ଼ି

The Sakala Picture
Published On

ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନ ଉପରେ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି।  ବିରୋଧି ଦଳ ପାଖରୁ ଆଜି ସୂଚନା ଦିଆଯାଇଛି ଓଡିଶାର ବିଜେପିର ୨୨ ବିଧାୟକମାନେ ଦିଲ୍ଲୀ ଯିବେ। ତେବେ ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି ବୋଲି ବିଜେଡ଼ି ସାଂସଦ ଡ.ସସ୍ମିତ ପାତ୍ର କହିଛନ୍ତି। ସମ୍ବଲପୁରର ୫୫ ନମ୍ବର […]

ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନ ଉପରେ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି।  ବିରୋଧି ଦଳ ପାଖରୁ ଆଜି ସୂଚନା ଦିଆଯାଇଛି ଓଡିଶାର ବିଜେପିର ୨୨ ବିଧାୟକମାନେ ଦିଲ୍ଲୀ ଯିବେ। ତେବେ ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି ବୋଲି ବିଜେଡ଼ି ସାଂସଦ ଡ.ସସ୍ମିତ ପାତ୍ର କହିଛନ୍ତି। ସମ୍ବଲପୁରର ୫୫ ନମ୍ବର ଜାତୀୟ ରାଜପଥ ମରାମତି , ଚାଷୀ ମାନଙ୍କୁ ଫସଲବୀମା ଯୋଜନାରେ ଏମଏସପି ପ୍ରଦାନ, ଓଡିଶା ଚାଷୀଙ୍କ ସାର ସମସ୍ୟା, ସ୍ୱାମୀନାଥନ୍ କମିଟିର ରିପୋର୍ଟ ସମ୍ପର୍କରେ ଉତ୍ତଥାପନ କରନ୍ତୁ । ଏହା ସହ ଓଡିଶାର ବିପର୍ଯ୍ୟସ୍ତ ଟେଲିକମ୍ ସେବା , ବ୍ୟାଙ୍କ ସେବା, ପ୍ରଧାନମନ୍ତ୍ରୀ ଆବାସ ଘର ସମସ୍ୟା ବିଷୟରେ ଉତ୍ତଥାପନ କରନ୍ତୁ । ଏହା ସହ ବିଜେପି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ସମସ୍ୟାର ଦାବି ଉତ୍ତଥାପନ କରୁ । ଓଡିଶାର ନ୍ୟାୟ ଏବଂ ସମସ୍ୟା ସମ୍ବନ୍ଧରେ ଆଲୋଚନା କଲେ ଭଲ ହେବ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର