ବହୁଚର୍ଚ୍ଚିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଖାଁ ଖାଁ, ବିବାଦ ବଢିବା ପରେ ଆଶ୍ରମ ଫାଟକରେ ତାଲା

The Sakala Picture
Published On

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଆଜି ଖାଁ ଖାଁ। ବିବାଦ ବଢିବା ପରେ ଆଶ୍ରମ ଫାଟକରେ ତାଲା ପଡିଥିବା ବେଳେ ଆଶ୍ରମ ବାହାର ଓ ଭିତରେ କେହି ଦେଖିବାକୁ ମିଳୁ ନାହାଁନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମେ। କିନ୍ତୁ ଆଜି ରବିବାର ଥିଲେ ମଧ୍ୟ ବିବାଦ ହୋଇଥିବାରୁ ଆଶ୍ରମରେ କାହାକୁ ଦେଖିବାକୁ ମିଳୁ ନାହିଁ। ଭକ୍ତଙ୍କ ଡ୍ରେସ କୋଡ଼ ମଧ୍ୟ ରହିଛି। ଭକ୍ତ ମାନେ ହଳଦିଆ ରଙ୍ଗର ପୋଷାକ […]

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଆଜି ଖାଁ ଖାଁ। ବିବାଦ ବଢିବା ପରେ ଆଶ୍ରମ ଫାଟକରେ ତାଲା ପଡିଥିବା ବେଳେ ଆଶ୍ରମ ବାହାର ଓ ଭିତରେ କେହି ଦେଖିବାକୁ ମିଳୁ ନାହାଁନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମେ। କିନ୍ତୁ ଆଜି ରବିବାର ଥିଲେ ମଧ୍ୟ ବିବାଦ ହୋଇଥିବାରୁ ଆଶ୍ରମରେ କାହାକୁ ଦେଖିବାକୁ ମିଳୁ ନାହିଁ। ଭକ୍ତଙ୍କ ଡ୍ରେସ କୋଡ଼ ମଧ୍ୟ ରହିଛି। ଭକ୍ତ ମାନେ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତି। ଏଥିସହିତ ଆଶ୍ରମ ଠାରୁ ୨୦୦ ମିଟର ଦୂରରେ ଆଶ୍ରମର ଏକ ଗୋଦାମ ସହ ଭକ୍ତଙ୍କ ରହିବା ଘର ରହିଛି। ଏହି ତିନି ମହଲା ଘରେ ଆଶ୍ରମର ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ରୋସୋରି ସାମଗ୍ରୀ ସହ ଭକ୍ତ ମାନେ ଆସିଲେ ସେଠି ରୁହନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। କିନ୍ତୁ ଆଶ୍ରମକୁ ନେଇ ବିବାଦ ହେବା ପରେ ଗୋଦାମ ପରିସରରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନାନୁଯାୟୀ, ୧୨/୧୩ ବର୍ଷୀୟ ଏକ ବାଳକର ଫଟୋ କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ସେଥିରେ ବାଳକଟିର ପାଦ ତଳେ ତୁଳସୀମାଳ ରହିଥିଲା। ଏହି ଫଟୋଟି ଖଣ୍ଡଗିରିବାରିରେ ଥିବା ବୈକୁଣ୍ଠ ଆଶ୍ରମର ବୋଲି ଜଣାପଡ଼ିବା ପରେ ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଥିଲା। ଏହା ହିନ୍ଦୁ ଧର୍ମକୁ କୁଠାରଘାତ ପହଞ୍ଚାଇଛି ବୋଲି ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସନାତନ ଧର୍ମରେ ଗୀତା ଭାଗବତ ଓ ତୁଳସୀକୁ ପୂଜା କରାଯାଇଥାଏ । ତେଣୁ ଜଣେ ନାବାଳକ ପାଖରେ ପାଦତଳେ ପବିତ୍ର ବସ୍ତୁକୁ ରଖିବାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି । ଅଭିଯୋଗ ଆଧାରରେ ଆଶ୍ରମରେ ପଶି ପୁଲିସ ପଚରାଉଚରା କରିଛି । ୮ ବର୍ଷ ହେବ ସ୍ଥାନୀୟ ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ହୋଇଛି । କାଳେ କିଛି ମିଛ ଧରା ପଡ଼ିଯିବା ଯୋଗୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଧର୍ମ ନାମରେ ବେପାର ହେଉଛି ବୋଲି କହିଛନ୍ତି ହେତୁବାଦି ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର