ଶ୍ରୀତମ ଦାସ ବିଜେପି ପକ୍ଷରୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ

The Sakala Picture
Published On

କଟକ: କଟକ ମହାନଗର ନିଗମ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି। ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ […]

କଟକ: କଟକ ମହାନଗର ନିଗମ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି। ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଓଲିଉଡ ଅଭିନେତା ଶ୍ରୀତମ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳରେ ଯୋଗଦେଇଥିଲେ । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ବିଜେପି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ସିଏମ୍‌ସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ବିଜେଡି ପକ୍ଷରୁ ସୁବାସ ସିଂଙ୍କୁ ମଇଦାନଙ୍କୁ ଓହ୍ଲାଯାଇଥିବା ବେଳେ ବିଜେପିରୁ ଓଡିଆ ଅଭିନେତା ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର