ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, କିନ୍ତୁ ଆଜି ହେବନି ଗଣତି

The Sakala Picture
Published On

ପୁରୀ: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ହେଲେ ହେବନି ରତ୍ନଭଣ୍ଡାରର ଗଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି […]

ପୁରୀ: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ହେଲେ ହେବନି ରତ୍ନଭଣ୍ଡାରର ଗଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ହେବା ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ତେବେ ଏ ସବୁ କାମ କେତେ ଦିନରେ ସରିବ, ସେନେଇ ସ୍ପଷ୍ଟ ଭାବେ କହିହେବନି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ମରାମତି, ଗଣତି ମଣତି ସମୟରେ ଦର୍ଶନରେ କୌଣସି ବି ଅସୁବିଧା ହେବନି ବୋଲି ସେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଅନ୍ୟପଟେ ରତ୍ନଭଣ୍ଡାରର ସମସ୍ତ ରତ୍ନକୁ ରଖିବା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ୬ଟି ଅସ୍ଥାୟୀ ସିନ୍ଦୁକ । ଏହି ୬ଟି ଅସ୍ଥାୟୀ କାଠ ସିନ୍ଦୁକରେ ରଖାଯିବ ସମସ୍ତ ଅଳଙ୍କାର । ଅଳଙ୍କାରକୁ ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ୧୧ ଜଣ ସଦସ୍ୟ । ସେମାନେ ହେଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ, ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ଯାଞ୍ଚ କମିଟିର ୨ ସଦସ୍ୟ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଗଣତି ମଣତି କରାଯିବ । ୧୯୭୮ର ଗଣତି ରିପୋର୍ଟକୁ ଭିତ୍ତିକରି ରତ୍ନ ଅଳଙ୍କାରଗୁଡ଼ିକୁ ମେଳକ କରାଯିବ । ରତ୍ନ ଅଳଙ୍କାରଗୁଡ଼ିକର ମାନ ପରୀକ୍ଷା ପାଇଁ ଧାତୁ ବିଶେଷଜ୍ଞ ଏବଂ ଅଭିଜ୍ଞ ବଣିଆଙ୍କୁ ନିୟୋଜିତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର