ସ୍ନାନଯାତ୍ରା ନୀତିରେ ବାଜିଲା ମୋହର: ଭୋର୍‌ ୫ରୁ ପହଣ୍ଡି, ଦିନ ୩ଟା ୪୦ରେ ହାତୀବେଶ

The Sakala Picture
Published On

ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା […]

ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା ବେଳେ ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯାଇଛି।
ପୂର୍ବରୁ ନୀତି ସବ୍‌‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଥିଲା। ଆବଶ୍ୟକ ସଂଶୋଧନ ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯାଇଛି।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢ଼େ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ପହଣ୍ଡି ସରି ୯ଟାରେ ହେବ ମଙ୍ଗଳ ଆଳତି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢ଼େ ୧୧ରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ସାଢେ ୨ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌‌ପି ପିନାକ ମିଶ୍ରଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର