ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ପ୍ରେସ୍‌ମିଟ୍‌ : ବନ୍ୟାରେ ପ୍ରଭାବିତ ୨୬ ହଜାରରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତର, ୯୭ଟି ସ୍ଥାନରେ ଦିଆଯାଉଛି ରନ୍ଧା ଖାଦ୍ୟ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ହେତୁ ରାଜ୍ୟର ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ ଏବଂ ୧୩୬୬ଟି ଗାଁ ପ୍ରଭାବିତ ହୋଇଛି […]

ଭୁବନେଶ୍ବର : ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ହେତୁ ରାଜ୍ୟର ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ ଏବଂ ୧୩୬୬ଟି ଗାଁ ପ୍ରଭାବିତ ହୋଇଛି । ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ୯୦ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ୭୦୭ରୁ ଉର୍ଦ୍ଧ୍ୱ ଘର ବନ୍ୟାରେ ନଷ୍ଟ ହୋଇଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ମହାନଦୀରେ ପିକ୍‌- ଫ୍ଲୋ ଚାଲିଛି। ମୁଣ୍ଡୁଳିରେ ୮ ରୁ ୯ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ ଜାରି ରହିବ। ଏହି ପିକ୍‌-ଫ୍ଲୋ ଆଜି ସନ୍ଧ୍ୟା ୬ରୁ ଆରମ୍ଭ ହୋଇଛି। ଏହା ପ୍ରାୟ ୯ ଘଣ୍ଟା ଯାଏଁ ରହିପାରେ। ମଙ୍ଗଳବାର ରାତି ୯ଟାରେ ମୁଣ୍ଡୁଳିରେ ୧୨ ଲକ୍ଷ୍ୟ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ବୁଧବାର ଭୋର ସକାଳ ୩ଟା ବେଳକୁ ବନ୍ୟାଜଳସ୍ତର କମିବା ଆରମ୍ଭ ହୋଇଯିବ। ଆଜି ରାତି ୧୨ ରୁ ୧ଟା ମଧ୍ୟରେ ମୁଣ୍ଡୁଳି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ବନ୍ୟାଜଳ ପ୍ରବେଶ କରିବ। ଏହା ସମୁଦ୍ରରେ ପହଞ୍ଚିବା ପାଇଁ ଆଉ ୧୨ ରୁ ୧୮ ଘଣ୍ଟା ଲାଗିବ। ମୁଣ୍ଡଳୀରେ ୯ଘଣ୍ଟା ବନ୍ୟାପାଣି ପିକରେ ରହିବ । କାଲି ସନ୍ଧ୍ୟା ୬ରୁ ୯ଟା ମଧ୍ୟରେ ପିକ୍‌ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ ରାଜ୍ୟର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଏବେ ବି ଜଳଘେରୀ ଭିତରେ ଫସି ରହିଛନ୍ତି । ୨୩୭ଟି ଗାଁର ଲୋକ ଜଳ ଘେରୀ ଭିତରେ ଫସିଥିବା ଏସଆରସି ସୂଚନା ଦିଆଯାଇଛି । ତେବେ ପ୍ରଶାସନ ତରଫରୁ ଯେଉଁ ଲୋକଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ରାଜ୍ୟର ୨୬ରୁ ୨୭ ହଜାର ଲୋକଙ୍କୁ ବର୍ତ୍ତମାନ ମାଗଣା ଖାଇବା ଯୋହାଇ ଦିଆଯାଉଛି । ଆବଶ୍ୟକତାକୁ ଦେଖି ଜିଲ୍ଲାପାଳମାନେ ପଦକ୍ଷେପ ନେବେ ବୋଲି ଏସ୍‌ଆର୍‌ସି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଅନ୍ୟପଟେ ମହାନଦୀର ଦୁଇଟି ଜାଗାରେ ଅର୍ଥାତ ପୁରୀର ମକରା ଓ ଖୋର୍ଦ୍ଧା ରାଜୁଆ ରାଇଟରେ ଘାଇ ସୃଷ୍ଟି ହୋଇଛି। ବନ୍ୟାରେ ମୋଟ ୪୯ ଟି ବ୍ଲକ ଓ ୧୭୫ ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ୨୩୭ ଟି ଗାଁ ଏବେବି ଜଳବନ୍ଦି ରହିଛି। ୭୦୭ଟି ଘର ନଷ୍ଟ ହୋଇଥିବା ଖବର ରହିଛି। ସେହିପରି ୨୪ ହଜାର ହେକ୍ଟର ଚାଷଜମି କ୍ଷତି ହୋଇ ଥିବା ବେଳେ ଆଜିଠୁ ୨ଦିନ ପର୍ୟ୍ୟନ୍ତ ସତର୍କ ରହିବ ପାଇଁ ସତର୍କ ସୂଚନା ଦିଆଯାଇଛି ବୋଲି ଏସଆରସି ଗଣମାଧ୍ୟମକୁ କହିଛନ୍ତି।

ସେହିପରି ବର୍ଷାରେ ମଧ୍ୟ ୪୭ ବ୍ଲକର ୧୭୫ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀରେ ବିପଦ ସଙ୍କେତରେ ବହୁତ ତଳେ ଅଛି ପାଣି । ରାତି ୩ଟା ପରେ କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବନ୍ୟା ଜଳ ପିକରେ ପ୍ରବାହିତ ହେବ । ତେଣୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଏସଆରସି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଜାରି ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଦୀପ ଜେନା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର