ବାତ୍ୟାକୁ ନେଇ ଏସଆରସିଙ୍କ ବଡ଼ ସୂଚନା : ୧୦ ରୁ ୧୨ ତାରିଖ ଯାଏଁ ଏହି ସବୁଜିଲ୍ଲାରେ ହେବ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟି ଯାଇଛି। ଆଉ କିଛି ଘଣ୍ଟା ପରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ହଜାରେ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ […]

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟି ଯାଇଛି। ଆଉ କିଛି ଘଣ୍ଟା ପରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ହଜାରେ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୨୦ କିଲୋମିଟର ଦୂରରେ ରହିଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହାରି ମଧ୍ୟରେ ବାତ୍ୟାକୁ ନେଇ  ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀ କରି ତାଜା ଅପଡେଟ୍‌ ଦେଇଛନ୍ତି। ଏସଆରସି କହିଛନ୍ତି ସବୁ ମଡେଲର ଆକଳନ ଅନୁସାରେ ବାତ୍ୟା ‘ଆସାନୀ ଆନ୍ଧ୍ର କିମ୍ବା ଓଡିଶା କୁ ଛୁଇଁବ ନାହିଁ। ପୁରୀ ଠାରୁ ୯୦ ରୁ ୧୦୦ କିମି ଦୂରରେ ଏହା ସବୁଦ୍ର ମଧ୍ୟରେ ସମାନ୍ତରାଳରେ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇଯିବ। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ୫୬ ଟି ବୋଟ ସମୁଦ୍ର ଭିତରେ ଥିଲା। ସବୁ କୂଳକୁ ଆସିଯାଇଛନ୍ତି। ଚିଲିକାରେ ୧୦୦୦ ବୋଟ ଚାଲେ। ୨୫୦ ଟି ଭିତରେ ଥିଲା। ସବୁ କୁଳକୁ ଆସିଛନ୍ତି। କାଲିଠୁ ଚିଲିକା ଡଙ୍ଗା ଚଳାଚଳ ଉପରେ ରୋକ ଲାଗିବ। ଆଇଏମଡିର ଆକଳନ ଅନୁସାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିନ୍ତୁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ହେବ ନାହିଁ। କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଇପାରେ। ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମୁନିସପାଲ କମିଶନରଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

କୌଣସି ଜୁରୁରୀସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇଟି ଟିମ୍, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଏବଂ ସାତପଡ଼ାରେ ଗୋଟିଏ ଲେଖାଏଁ ଟିମ୍, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ କରାଯାଇଛି। ବାଲେଶ୍ବର ରେ ଗୋଟିଏ ଏନଡିଆରଏଫ ଟିମ୍ ରହିବେ।କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନଡିଆରଏଫ ପାଇଁ ଅତିରିକ୍ତ ଗାଡି ଆବଶ୍ୟକ ପଡିପାରେ। ତେଣୁ ଗାଡିକୁ ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ। ବାତ୍ୟା ଓ ବିପଦ ସବୁ ଅଞ୍ଚଳରେ ସମ୍ବେଦନଶୀଳ ଅଲଗା ଅଲଗା ରହିଛି।

ଅନ୍ୟପେଟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର