ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ, ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ – ଏସଆରସି

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି। କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି […]

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି। କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୁରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ। ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।

26 May 2021 By The Sakala

ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ, ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ – ଏସଆରସି

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି। କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୁରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି ।

ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ। ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ ।

ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର