ଖରାପ ପାଗ ପାଇଁ ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ୨ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩ ତାରିଖ […]

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ୨ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩ ତାରିଖ ରାତି ୯ଟା ଯାଏ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ସ୍ପଟ୍ ଆଡମିଶନ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଆଜି ସୁଦ୍ଧା ସରିଥାନ୍ତା ନାମଲେଖା । ତେବେ ଖରାପ ପାଗକୁ ଦେଖି ଅଗଷ୍ଟ ୩ ଯାଏ ଅବଧି ବୃଦ୍ଧି ପାଇଛି । ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୬ ଓ ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇଥିଲା ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର