ଖାଲିଥିବା ପିଜି ସିଟରେ ହେବ ସ୍ପଟ୍‍ ନାମଲେଖା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରେ ଖାଲିଥିବା ପିଜି ସିଟ୍‍ଗୁଡ଼ିକରେ ପୁଣି ନାମଲେଖା ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର ପିଜି ପରିଷଦ ଓ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି। ପିଜି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିୟର ମାର୍କ ଆଧାରରେ ଚୟନ କରାଯିବ। ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟ ପିଲାଙ୍କୁ ଚୟନ କରାଯିବ। ତେବେ ଖାଲିଥିବା ସିଟ୍‍ ଅନୁଯାୟୀ ବିଦ୍ୟାର୍ଥୀଙ୍କ ଯୋଗ୍ୟ ତାଲିକା ଆସନ୍ତା ୧୯ ତାରିଖ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରେ ଖାଲିଥିବା ପିଜି ସିଟ୍‍ଗୁଡ଼ିକରେ ପୁଣି ନାମଲେଖା ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର ପିଜି ପରିଷଦ ଓ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି। ପିଜି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିୟର ମାର୍କ ଆଧାରରେ ଚୟନ କରାଯିବ। ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟ ପିଲାଙ୍କୁ ଚୟନ କରାଯିବ। ତେବେ ଖାଲିଥିବା ସିଟ୍‍ ଅନୁଯାୟୀ ବିଦ୍ୟାର୍ଥୀଙ୍କ ଯୋଗ୍ୟ ତାଲିକା ଆସନ୍ତା ୧୯ ତାରିଖ ସୁଦ୍ଧା କଲେଜର ‘ଇ-ସ୍ପେସ’ରେ ଅପଲୋଡ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ନାମଲେଖା ପରେ ଯଦି କୌଣସି ସିଟ୍‍ ଖାଲି ରହେ ଓଜେଇଇ କିମ୍ବା ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଯୋଗ୍ୟତା ହାରରେ ଚୟନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ତେବେ ମାର୍ଚ୍ଚ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବା ପାଇଁ ବିଭାଗ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର