ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ ରାସ୍ତା ପର୍ଯ୍ୟଟକଙ୍କ ବନ୍ଦ

Madhusudan Das Picture
Published On

ଶିମିଳିପାଳ: ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା ଜାରି ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସମେତ ରାତ୍ରି ରହଣି କରିବେ । ତେଣୁ କରି ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦକ୍ଷେପ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ

ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ସୂଚନା ଅନୁଯାୟୀ, ଗସ୍ତ ସମୟରେ ଫେବ୍ରୁଆରୀ ୫ ତାରିଖ ଅପରାହ୍ନ ୩:୩୦ରେ ଦାଣ୍ଡବୋଷରୁ ବାହାରି ହେଲିକ୍ୟାପ୍ଟର ଯୋଗେ ଯଶିପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଶିମିଳିପାଳ ବୁଲିବା ସହ ରାତ୍ର ଭୋଜନ କରି ରାତ୍ରି ରହଣି କରିବେ । ତହିଁ ପରଦିନ ଫେବ୍ରୁଆରୀ ୬ତାରିଖ ସକାଳୁ ୯:୧୫ରେ ଶିମିଳିପାଳ ଅଞ୍ଚଳର ଆଦିବାସି ମହିଳା ଓ ଯୁବକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp