ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ ରାସ୍ତା ପର୍ଯ୍ୟଟକଙ୍କ ବନ୍ଦ

Madhusudan Das Picture
Published On

ଶିମିଳିପାଳ: ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା ଜାରି ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସମେତ ରାତ୍ରି ରହଣି କରିବେ । ତେଣୁ କରି ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦକ୍ଷେପ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ସୂଚନା ଅନୁଯାୟୀ, ଗସ୍ତ ସମୟରେ ଫେବ୍ରୁଆରୀ ୫ ତାରିଖ ଅପରାହ୍ନ ୩:୩୦ରେ ଦାଣ୍ଡବୋଷରୁ ବାହାରି ହେଲିକ୍ୟାପ୍ଟର ଯୋଗେ ଯଶିପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଶିମିଳିପାଳ ବୁଲିବା ସହ ରାତ୍ର ଭୋଜନ କରି ରାତ୍ରି ରହଣି କରିବେ । ତହିଁ ପରଦିନ ଫେବ୍ରୁଆରୀ ୬ତାରିଖ ସକାଳୁ ୯:୧୫ରେ ଶିମିଳିପାଳ ଅଞ୍ଚଳର ଆଦିବାସି ମହିଳା ଓ ଯୁବକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

29 Jan 2026 By Madhusudan Das

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ ରାସ୍ତା ପର୍ଯ୍ୟଟକଙ୍କ ବନ୍ଦ

ଶିମିଳିପାଳ: ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା ଜାରି ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସମେତ ରାତ୍ରି ରହଣି କରିବେ । ତେଣୁ କରି ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦକ୍ଷେପ ଗ୍ରହଣ କରାଯାଇଛି ।

ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ସୂଚନା ଅନୁଯାୟୀ, ଗସ୍ତ ସମୟରେ ଫେବ୍ରୁଆରୀ ୫ ତାରିଖ ଅପରାହ୍ନ ୩:୩୦ରେ ଦାଣ୍ଡବୋଷରୁ ବାହାରି ହେଲିକ୍ୟାପ୍ଟର ଯୋଗେ ଯଶିପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଶିମିଳିପାଳ ବୁଲିବା ସହ ରାତ୍ର ଭୋଜନ କରି ରାତ୍ରି ରହଣି କରିବେ । ତହିଁ ପରଦିନ ଫେବ୍ରୁଆରୀ ୬ତାରିଖ ସକାଳୁ ୯:୧୫ରେ ଶିମିଳିପାଳ ଅଞ୍ଚଳର ଆଦିବାସି ମହିଳା ଓ ଯୁବକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର