ବାହାନଗା ଟ୍ରେନ୍ ଦୁର୍ଘଟଣା: ଗୁରୁତରଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଟିମ୍
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବାକୁ ଚାଲିଛି ସମସ୍ତ ପ୍ରକାର ଚେଷ୍ଟା । ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ବିଶେଷଜ୍ଞ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସେ କହିଛନ୍ତି ଯେ, ‘ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଂସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ବିଶେଷଜ୍ଞ ଟିମ ସହ ସବିଶେଷ ଆଲୋଚନା […]
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବାକୁ ଚାଲିଛି ସମସ୍ତ ପ୍ରକାର ଚେଷ୍ଟା । ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ବିଶେଷଜ୍ଞ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
ସେ କହିଛନ୍ତି ଯେ, ‘ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଂସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ବିଶେଷଜ୍ଞ ଟିମ ସହ ସବିଶେଷ ଆଲୋଚନା ହୋଇଛି । କେଉଁ ସ୍ଥାନରେ କେଉଁ ବିଶେଷଜ୍ଞ ଡାକ୍ତର ନିୟୋଜିତ ହେବେ ତାହାର ନିର୍ଦ୍ଧାରଣ କରାଯାଇଛି । ଏଥିଲାଗି ଓ୍ବାର୍କିଂ ପ୍ଲାନ ମଧ୍ୟ କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିବା ରୋଗୀଙ୍କୁ ଚିକିତ୍ସାରେ ସହଯୋଗ କରିବେ । ଏହାସହ ମୃତ ଶରୀର ଚିହ୍ନଟ ପ୍ରକ୍ରିୟାରେ ମଧ୍ୟ ସହଯୋଗ କରିବେ । ସାଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅତ୍ୟାଧୁନିକ ସରଂଜାମ ନେଇ ଆସିଛନ୍ତି। ୧୦୦ରୁ ଅଧିକ ଆହତଙ୍କ ଲାଗି କ୍ରିଟିକାଲ କେୟାର ବ୍ୟବସ୍ଥା ଜରୁରୀ ହୋଇଛି । ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ଲାଗି ଶତଚେଷ୍ଟା କରାଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।