BSKY ରେ ଜାଲିଆତି ଧରିବାକୁ ସ୍ୱତନ୍ତ୍ର ପଦକ୍ଷେପ; ଲୋକମତ ଆଧାରରେ ହେବ ନୂଆ ରଣନୀତି

The Sakala Picture
Published On

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)ରେ ଜାଲିଆତି ରୋକିବା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଅନୁଧ୍ୟାନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ନିୟମିତ କାଗଜପତ୍ର ଓ ଭିତ୍ତିଭୂମି ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ତେବେ ବିଏସ୍‌‌କେୱାଇରେ ଶତପ୍ରତିଶତ ସଫଳତା ସୁନିଶ୍ଚିତ କରିବା ଦିଗରେ ଜନସାଧାରଣଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ବିଏସ୍‌‌କେୱାଇ ହିତାଧିକାରୀଙ୍କ […]

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)ରେ ଜାଲିଆତି ରୋକିବା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଅନୁଧ୍ୟାନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ନିୟମିତ କାଗଜପତ୍ର ଓ ଭିତ୍ତିଭୂମି ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ତେବେ ବିଏସ୍‌‌କେୱାଇରେ ଶତପ୍ରତିଶତ ସଫଳତା ସୁନିଶ୍ଚିତ କରିବା ଦିଗରେ ଜନସାଧାରଣଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ବିଏସ୍‌‌କେୱାଇ ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ତୃଣମୂଳ ସ୍ତରରେ ବିଶେଷକରି ରାଜ୍ୟର ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବିଏସ୍‌‌କେୱାଇ ସମ୍ପର୍କରେ ସଚେତନ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ହିତାଧିକାରୀଙ୍କୁ ମତାମତ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଯାଇ ଯୋଜନାର ଭଲ ମନ୍ଦ ନେଇ ଫିଡ୍‌‌ବ୍ୟାକ୍‌‌ ନିଆଯିବ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ସ୍ୱାସ୍ଥ୍ୟ ବିଭାଗର ପ୍ରଦର୍ଶନ ବିଶେଷକରି ବିଏସ୍‌‌କେୱାଇରେ ଲୋକଙ୍କ ସନ୍ତୁଷ୍ଟି ସର୍ବାଧିକ ରହିଥିବା ଜଣାପଡ଼ିଥିଲା। କିନ୍ତୁ ନିକଟରେ କଟକ ସ୍ଥିତ ସାଉଥ୍‌‌ ପଏଣ୍ଟ ହସ୍ପିଟାଲରେ ବିଏସ୍‌‌କେୱାଇରେ ଲକ୍ଷାଧିକ ଟଙ୍କାର ଜାଲିଆତି ଘଟଣା ପଦାକୁ ଆସିବା ପରିପ୍ରେକ୍ଷୀରେ ଜାଲିଆତି ରୋକିବା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ସ୍ୱାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ବୃନ୍ଦା ଡି ବିଭିନ୍ନ ପ୍ରଶାସନିକ ଓ ବୈଷିୟକ ଦିଗ ଉପରେ ଆଲୋଚନା କରିଥିଲେ। ବିଏସ୍‌‌କେୱାଇର ସଫଳତା ସୁନିଶ୍ଚିତ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୧୦୪ (କଲ୍‌‌ ସେଣ୍ଟର), ୧୫୫୩୬୯ (ସ୍ମାର୍ଟକାର୍ଡ ବ୍ୟାବହାର ଜନିତ ସମସ୍ୟା), ମୋ ସରକାର କାର୍ଯ୍ୟକ୍ରମ, ଟ୍ୱିଟର୍‌‌, ଫେସ୍‌‌ବୁକ୍‌‌ ଆଦି ସାମାଜିକ ଗଣମାଧ୍ୟମରେ ଲୋକେ କରୁଥିବା ଅଭିଯୋଗ ଓ ମତାମତ ଆଦି ବିଷୟରେ ଶତ ପ୍ରତିଶତ ସମୟାନୁବନ୍ଧିତ ସମାଧାନ କରିବା ପାଇଁ ଶ୍ରୀମତି ପଣ୍ଡିତ ବିଏସ୍‌‌କେୱାଇ ଟିମ୍‌‌କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକ ମାନବସମ୍ବଳ ନିୟୋଜନ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବର୍ତ୍ତମାନ ସୁଦ୍ଧା ହସ୍ତଗତ ଅଭିଯୋଗର ପ୍ରାୟ ୯୫% ଉପରେ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି। ଏହି ବୈଠକରେ ବିଏସକେୱାଇ ଅନୁବନ୍ଧିତ ହସ୍ପିଟାଲର ବର୍ଗୀକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟ ଭିତରେ ଓ ବାହାରେ ଥିବା ଅନୁବନ୍ଧିତ ଡାକ୍ତରଖାନା ଗୁଡିକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ସବିଶେଷ ଆଲୋଚନା ମାଧ୍ୟମରେ ବର୍ଗୀକରଣ ଭିତ୍ତି ଏବଂ ମାନକ ବିଷୟ ନିର୍ଣ୍ଣୟ କରାଯାଇଥିଲା। ସମୁଦାୟ ୭ଟି ବର୍ଗରେ ରୋଗୀମାନଙ୍କର ସନ୍ତୋଷ ସ୍ତରକୁ ମୁଖ୍ୟ ମାନଦଣ୍ଡ ରୂପେ ନିଆଯାଇ ହସ୍ପିଟାଲଗୁଡିକର ବର୍ଗୀକରଣ କରାଯିବ। ଅନ୍ୟ ନିଷ୍ପତ୍ତିକ୍ରମେ ଅନୁବନ୍ଧିତ ହସ୍ପିଟାଲରେ ବିଏସ୍‌‌କେୱାଇ ବୋର୍ଡ ଠିକ୍‌‌ ଭାବେ ସୁଦୃଶ୍ୟ ସ୍ଥାନରେ ଲଗାଇବା, ସୁବିଧାଜନକ ସ୍ଥାନରେ ବିଏସ୍‌‌କେୱାଇର କାଉଣ୍ଟର ରଖିବା ଉପରେ ଶ୍ରୀମତି ପଣ୍ଡିତ ଗୁରୁତ୍ୱାରୋପ କରିଥିଲେ। ସୋସାଇଟି ଅଫିସ୍‌‌ରେ ଇଣ୍ଟରନେଟ୍‌‌ ସ୍ପିଡ୍‌‌, ଓସ୍ୱାସ୍‌‌ କାର୍ଯ୍ୟକାରିତା, ମାନବ ସମ୍ବଳ ବୃଦ୍ଧି, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଆପ୍ରୋନ, ବିଏସ୍‌‌କେୱାଇ ସଫ୍ଟୱେର ନବୀକରଣ, ଅନଲାଇନ୍‌‌ ବିଲ୍‌‌ ଓ ଦସ୍ତାବିଜ୍‌‌ ଦାଖଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସୋସାଇଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର