ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରୁଛି ଶହେ ବର୍ଷ, ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା

The Sakala Picture
Published On

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଏ ନେଇ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ […]

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଏ ନେଇ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ଯନ୍ତ ହେବ ବୋଲି ସମୟ ଧାର୍ଯ୍ଯ କରାଯାଇଛି । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଗୃହରେ ଆଲୋଚନା କରାଯିବ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସୂଚନା ଅନୁଯାୟୀ, ଆସନ୍ତା ୨୩ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତକୁ  ଶହେ ବର୍ଷ ପୂରିବ। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ କାଠଯୋଡ଼ି ନଦୀ ପଠାରେ ଏକାଠି ହୋଇଥିଲେ କଟକ ଗସ୍ତରେ ଆସିଥିବା ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ,ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ଯ ହରିହର ଦାସଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଏକାଠି ପାଇଁ ସୃଷ୍ଟି କରାଯାଇଥିଲା ଜନ ଆନ୍ଦୋଳନ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର