୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଜରୁରୀ ଚିକିତ୍ସା ପାଇଁ ରହୁ ସ୍ବତନ୍ତ୍ର ବ୍ୟବସ୍ଥା: ସାଂସଦ ପ୍ରଶାନ୍ତ ନନ୍ଦ

The Sakala Picture
Published On

ନୂଆଦିଲ୍ଲୀ: ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ। ଅଧିକ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀ ଓ ଶିଶୁଙ୍କ କ୍ଷେତ୍ରରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜରୁରୀ ଚିକିତ୍ସା ଅଭାବରୁ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥାଏ । ଏହି ଧରଣର ଟ୍ରେନରେ ଯାତ୍ରୀଙ୍କ ଜୀବନ ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ […]

ନୂଆଦିଲ୍ଲୀ: ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ। ଅଧିକ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀ ଓ ଶିଶୁଙ୍କ କ୍ଷେତ୍ରରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜରୁରୀ ଚିକିତ୍ସା ଅଭାବରୁ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥାଏ । ଏହି ଧରଣର ଟ୍ରେନରେ ଯାତ୍ରୀଙ୍କ ଜୀବନ ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଜି ସାଂସଦ ପ୍ରଶାନ୍ତ ନନ୍ଦ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ନିଜ ଅନୁଭବରୁ ସେ କହିଛନ୍ତି ସେ ଥରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବାବେଳେ ଜଣେ ୩୮ ବର୍ଷ ବୟସ୍କ ଯାତ୍ରୀ ହୃଦଘାତର ସମ୍ମୁଖୀନ ହୋଇଥିଲେ । ତେବେ ସେଠାରେ ଥିବା ଜଣେ ଡାକ୍ତର ତାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଅକ୍ସିଜେନ ଅଭାବରୁ ଯାତ୍ରୀଜଣକ ଆରପାରିକୁ ଚାଲିଯାଇଥିଲେ । କରୋନା ପରେ ଶିଶୁମାନେ ଅକ୍ସିଜେନ ସଂକଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନେବୁଲାଇଜର ସାଥୀରେ ନେଲେ ବି ତାହା କାମ ହେଉନାହିଁ । ଟ୍ରେନର ୧୧୦ ଡିସି କରେଣ୍ଟରେ ତାହା ଚାଲିନଥାଏ । କରୋନା ପରେ ସୋଡିୟମ ହ୍ରାସ ସମସ୍ୟା ବି ଦେଖାଯାଉଥିବାରୁ ସାଲାଇନର ଜରୁରୀ ଆବଶ୍ୟକତା ରହିଛି । ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ସ୍ବତନ୍ତ୍ର ମେଡିକାଲ ଭ୍ୟାନ ରହୁ । ସେଥିରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ ବୋଲି ଦାବି କରିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

 

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର