ବାଲିଅନ୍ତା ହତ୍ୟାକାଣ୍ଡ ମାମଲା: ବିସ୍ଫୋରକ ବୟାନ୍ ଦେଲେ ସୌମ୍ୟଙ୍କ ସାଙ୍ଗ, କହିଲେ 'ମିଛ କହୁଛନ୍ତି ଦୁଇ ଯୁବତୀ'

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କ'ଣ ? କ୍ୟାମେରା ଆଗରେ ସୌମ୍ୟଙ୍କ ସାଙ୍ଗ ଓମ୍ କହିଲେ ହତ୍ୟାକାଣ୍ଡର କାହାଣୀ । ସେ କହିଛନ୍ତି କି, ସୌମ୍ୟ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ । ଘଟଣା ଦିନ ମନି ପର୍ସ ଛାଡି ଦେଇଥିବାରୁ ଆଉ ଥରେ ଗାଡି ବୁଲେଇ ଫେରୁଥିଲୁ । ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟର ଫିଡ଼ସ ମାରିଥିଲା । ମୁଁ ବାଇକ ଚଳାଉଥିବାରୁ ମୋ ବେକକୁ ଟାଣି ଧରିଥିଲା ସୌମ୍ୟ । ଭାରସାମ୍ୟ ହରାଇ ବାଇକ ଛାଡି ଦେବାରୁ ଦୁଇ ଯୁବତୀଙ୍କ ସ୍କୁଟିରେ ଧକା ହୋଇଥିଲା । ଉଭୟ ଗାଡିରୁ ପଡି ଯାଇଥିଲୁ । ଏହି ସମୟରେ ସୌମ୍ୟ ଯୁବତୀଙ୍କ ଉପରୁ ଝାମ୍ପି ପଡ଼ିଥିଲେ । ଯୁବତୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମୁଁ ଅଟକାଇବାରୁ ମୋତେ ଵି ମାଡ଼ ମାରିଥିଲା ସୌମ୍ୟ । ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲା । ଫିଡ଼ସ ମାରୁଥିବାରୁ ଏଭଳି ଆଚରଣ ଦେଖାଇଥିଲେ । ସ୍ଥାନୀୟ ଲୋକେ କିଛି ନବୁଝି ସୌମ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଭୟରେ ସୌମ୍ୟ ବ୍ରିଜ ପାଖରୁ ପଡିଆ ଭିତରକୁ ଦୌଡ଼ିଥିଲା । ହେଲେ ଲୋକମାନେ କିଛି ନବୁଝି ଆହୁରି ମାଡ଼ ମାରିଥିଲେ ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ

ଘଟଣା ଘଟିବାର ୧୫ ମିନିଟ ପରେ PCR ଭ୍ୟାନ ପହଞ୍ଚିଥିଲା । ପୋଲିସ ଥିବା ସତ୍ୱେ ଵି ସୌମ୍ୟକୁ ମାଡ଼ ମରାଯାଇଥିଲା । ପରେ SI ଵି ସାଧା ପୋଷାକରେ ଘଟଣା ସ୍ଥଳରେ ପହଂଚି ଥିଲେ । କିନ୍ତୁ ଉତ୍ୟକ୍ତ ଲୋକମାନେ ବାଉଁଶରେ ସୌମ୍ୟଙ୍କୁ ମାଡ଼ ମାରିଥିଲେ । ଉକ୍ତ SI ଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ସୌମ୍ୟଙ୍କୁ ମାଡ଼ ନମାରିବା ପାଇଁ କାକୁତି ମିନତୀ ହୋଇଥିଲି ବୋଲି କହିଁଛିଛନ୍ତି ଓମ୍ । ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଵି କିଛି ନବୁଝି ସୌମ୍ୟକୁ ମାଡ଼ ମାରିଥିଲେ । ଦୁଇ ଯୁବତୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛନ୍ତି ଓମ୍ । ଆକ୍ରମଣକାରିଙ୍କୁ ଗିରଫ କରାଯାଉ ଓ ମୋ ସାଙ୍ଗକୁ ନ୍ୟାୟ ମିଳୁ ବୋଲି ଏଭଳି କହିଛନ୍ତି ଓମ୍ ।

ଆହୁରି ପଢ଼ନ୍ତୁ: ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

09 May 2026 By Madhusudan Das

ବାଲିଅନ୍ତା ହତ୍ୟାକାଣ୍ଡ ମାମଲା: ବିସ୍ଫୋରକ ବୟାନ୍ ଦେଲେ ସୌମ୍ୟଙ୍କ ସାଙ୍ଗ, କହିଲେ 'ମିଛ କହୁଛନ୍ତି ଦୁଇ ଯୁବତୀ'

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କ'ଣ ? କ୍ୟାମେରା ଆଗରେ ସୌମ୍ୟଙ୍କ ସାଙ୍ଗ ଓମ୍ କହିଲେ ହତ୍ୟାକାଣ୍ଡର କାହାଣୀ । ସେ କହିଛନ୍ତି କି, ସୌମ୍ୟ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ । ଘଟଣା ଦିନ ମନି ପର୍ସ ଛାଡି ଦେଇଥିବାରୁ ଆଉ ଥରେ ଗାଡି ବୁଲେଇ ଫେରୁଥିଲୁ । ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟର ଫିଡ଼ସ ମାରିଥିଲା । ମୁଁ ବାଇକ ଚଳାଉଥିବାରୁ ମୋ ବେକକୁ ଟାଣି ଧରିଥିଲା ସୌମ୍ୟ । ଭାରସାମ୍ୟ ହରାଇ ବାଇକ ଛାଡି ଦେବାରୁ ଦୁଇ ଯୁବତୀଙ୍କ ସ୍କୁଟିରେ ଧକା ହୋଇଥିଲା । ଉଭୟ ଗାଡିରୁ ପଡି ଯାଇଥିଲୁ । ଏହି ସମୟରେ ସୌମ୍ୟ ଯୁବତୀଙ୍କ ଉପରୁ ଝାମ୍ପି ପଡ଼ିଥିଲେ । ଯୁବତୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମୁଁ ଅଟକାଇବାରୁ ମୋତେ ଵି ମାଡ଼ ମାରିଥିଲା ସୌମ୍ୟ । ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲା । ଫିଡ଼ସ ମାରୁଥିବାରୁ ଏଭଳି ଆଚରଣ ଦେଖାଇଥିଲେ । ସ୍ଥାନୀୟ ଲୋକେ କିଛି ନବୁଝି ସୌମ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଭୟରେ ସୌମ୍ୟ ବ୍ରିଜ ପାଖରୁ ପଡିଆ ଭିତରକୁ ଦୌଡ଼ିଥିଲା । ହେଲେ ଲୋକମାନେ କିଛି ନବୁଝି ଆହୁରି ମାଡ଼ ମାରିଥିଲେ ।

ଘଟଣା ଘଟିବାର ୧୫ ମିନିଟ ପରେ PCR ଭ୍ୟାନ ପହଞ୍ଚିଥିଲା । ପୋଲିସ ଥିବା ସତ୍ୱେ ଵି ସୌମ୍ୟକୁ ମାଡ଼ ମରାଯାଇଥିଲା । ପରେ SI ଵି ସାଧା ପୋଷାକରେ ଘଟଣା ସ୍ଥଳରେ ପହଂଚି ଥିଲେ । କିନ୍ତୁ ଉତ୍ୟକ୍ତ ଲୋକମାନେ ବାଉଁଶରେ ସୌମ୍ୟଙ୍କୁ ମାଡ଼ ମାରିଥିଲେ । ଉକ୍ତ SI ଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ସୌମ୍ୟଙ୍କୁ ମାଡ଼ ନମାରିବା ପାଇଁ କାକୁତି ମିନତୀ ହୋଇଥିଲି ବୋଲି କହିଁଛିଛନ୍ତି ଓମ୍ । ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଵି କିଛି ନବୁଝି ସୌମ୍ୟକୁ ମାଡ଼ ମାରିଥିଲେ । ଦୁଇ ଯୁବତୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛନ୍ତି ଓମ୍ । ଆକ୍ରମଣକାରିଙ୍କୁ ଗିରଫ କରାଯାଉ ଓ ମୋ ସାଙ୍ଗକୁ ନ୍ୟାୟ ମିଳୁ ବୋଲି ଏଭଳି କହିଛନ୍ତି ଓମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର