ହଜିଗଲା ମାନବିକତା; ସମ୍ପତ୍ତି ପାଇଁ ଦୁଇ ପୁଅ ଦେଉଛନ୍ତି ବାପାକୁ ନିର୍ଯାତନା

The Sakala Picture
Published On

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ […]

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରି ଦୁଇ ପୁଅଙ୍କର ବିଭାଘର ମଧ୍ୟ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

କାଶୀନାଥଙ୍କ ଅଭିଯୋଗ ଅନୁଯାୟୀ, ବଡ଼ପୁଅର ବାହାଘର ପରେ ଘରକୁ ବୋହୂ ଆସିଲା ପରେ ଆରମ୍ଭ ହୋଇଛି ବିଶୃଙ୍ଖଳା। ଏପରିକି ତାଙ୍କର ବଡ଼ ପୁଅ କେଶବ ପଲେଇ ଓ ବୋହୂ କାଶୀନାଥଙ୍କ ଗୋଡ଼ ହାତ ବାନ୍ଧି ମାଡ଼ ମାରିବା ସହିତ ଖାଇବାକୁ ଦିଅନ୍ତି ନାହିଁ। ଶ୍ରୀ ପଲେଇ ସବୁଦିନ ନିଜର ଅଫିସ କାର୍ଯ୍ୟ ସାରି ବାହାରେ ଖାଦ୍ୟ ଖାଇ ଘରକୁ ବିଶ୍ରାମ ନେବା ପାଇଁ ଅସନ୍ତି। ସାନ ପୁଅଟିର ବିଭାଘର ପରେ ସେ ମଧ୍ୟ୍ୟ ବଡ଼ ଭାଇ ସାଙ୍ଗରେ ମିଶି ବାପାକୁ ନିର୍ଯାତନା ଦବାକୁ ପଛାଇଲାନି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କାଶୀନାଥ ପଲେଇଙ୍କୁ ଦୁଇ ପୁଅ ଖାଇବାକୁ ନ ଦେବା ସହିତ ନିର୍ଯାତନା ଦେବାର ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ଚାକିର ସମୟର ଇପିଏଫ, ଏଲଆଇସି ଓ ଘରବାରି ଜାଗା। ଜାଗାବାଡ଼ି ଓ ଟଙ୍କା ଦୁଇପୁଅଙ୍କ ନାମରେ କରିବା ସହିତ ବେପାର କରିବା ପାଇଁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ଜିଦ କରି ତାଙ୍କ ଉପରେ ପୁଅମାନେ ଏଭଳି ବାରମ୍ବାର ଆକ୍ରମଣ କରୁଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଗତକାଲି ରାତି ୧୦.୩୦ ମିନିଟ୍ ସମୟରେ କାଶୀନାଥ ବର୍ଷାରେ ଓଦା ହୋଇ ବାହାରୁ ଖାଇ ଘରେ କବାଟ ଦେଇ ଶୋଇଥିଲେ, ହଠାତ୍ ଭୋର ସମୟରେ ତାଙ୍କୁ ପରିସ୍ରା ମାଡ଼ିବାରୁ ସେ ଯେତବେଳେ କବାଟ ଖୋଲିବାକୁ ଚେଷ୍ଟାକରନ୍ତି , କବାଟ ଖୋଲି ନ ଥିଲା, ସେ ବାରମ୍ବାର ଡାକ ପକାଇଥିଲେ , କିନ୍ତୁ କେହି ଖୋଲିନଥିଲେ, ବାଧ୍ୟ ହୋଇ ସେ ସେଇ ଘରେ ପରିସ୍ରା କରିଥିଲେ। କିଛି ସମୟ ପରେ ବଡ଼ପୁଅ କେଶବ, ସାନପୁଅ ତ୍ରିଲୋଚନ, ଦୁଇବୋହୂ ଶ୍ରୀ ପଲେଇଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହିତ, ଖାଲି କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ, ଏଥିରେ ଜଦି ରାଜି ନ ହେବୁ ତହେଲେ ତତେ ଆମେ ସମସ୍ତେ ମିଶି ବାଡ଼େଇ ବାଡ଼େଇ ମାରି ଫ୍ୟାନରେ ଟାଙ୍ଗିଦେବୁ। ଶ୍ରୀ ପଲେଇ କୌଶଳକ୍ରମେ ସେଠାରୁ ଖସିଆଶି ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର