ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମାଆ ଗୁରୁତର

The Sakala Picture
Published On

ଚମ୍ପୁଆ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା l ଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା […]

ଚମ୍ପୁଆ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା l

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ସହିତ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା’ ପାଲି ମୁଣ୍ଡାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ବାପା ଗୋରା ମୁଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମା’ ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୁଅକୁ ଅଟକ ରଖି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

24 Mar 2024 By The Sakala

ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମାଆ ଗୁରୁତର

ଚମ୍ପୁଆ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା l

ଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ସହିତ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା’ ପାଲି ମୁଣ୍ଡାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ବାପା ଗୋରା ମୁଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମା’ ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୁଅକୁ ଅଟକ ରଖି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର