ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ

The Sakala Picture
Published On

ବୌଦ୍ଧ : ପୁରୀ ସ୍ଵର୍ଗଦ୍ୱାରରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅଙ୍କର ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ। ଅନ୍ୟପଟେ ଏହି ଦୁର୍ଘଟଣାରେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ୪ ସମ୍ପର୍କୀୟଙ୍କୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା […]

ବୌଦ୍ଧ : ପୁରୀ ସ୍ଵର୍ଗଦ୍ୱାରରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅଙ୍କର ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ। ଅନ୍ୟପଟେ ଏହି ଦୁର୍ଘଟଣାରେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ୪ ସମ୍ପର୍କୀୟଙ୍କୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡ଼ରେ ଏକ ଏଆରଏସଏସ କମ୍ପାନିର ଟ୍ରଲର ଗାଡ଼ି ଠିଆ ହୋଇଥିଲା।  ସୁବର୍ଣ୍ଣପୁର ତରଭା ଅଞ୍ଚଳର ଅରୁଣ ମେହେର ପୁରୀ ସ୍ବର୍ଗଦ୍ବାରରେ ନିଜ ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ସମୟରେ କରଡାକୋଠା ନିକଟରେ ଚାଳକର ଆଖି ଲାଗି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା  ଟ୍ରଲରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ତରଭାର ଅରୁଣ ମେହେର ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟିଥିବା କାରରେ ବସିଥିବା ଅନ୍ୟ ୪ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଗୁରୁତରମାନେ ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିପାଲି ଅଞ୍ଚଳର ଛବି ମେହେର, ବେଲପଦରର ବିଧୂଭୂଷଣ ମେହେର, ଅଶୋକ ମେହେର, ରାମ ମେହେର ବୋଲି ଜଣାପଡ଼ିଛି । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି। ପୁରୁଣା କଟକ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏ ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର