ଫଟୋ ଦେଖି ଚାଲାଣ କାଟିକାଟି ନୟାନ୍ତ ପୁଲିସ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ରୁପାଲି ଛକରେ ଟ୍ରାଫିକ ଭାଓଲେସନ୍‍ ଡିଟେକ୍ଟର ସିଷ୍ଟମ୍‍ (ଟିଭିଡିଏସ୍‍) ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ବିନା ହେଲମେଟ୍‍, ଫୋନ୍‍ରେ ଗପିବା, ରେଡ୍‍ ଲାଇଟ୍‍ ଉଲ୍ଲଂଘନ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭି ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ ଚାଲାଣ କାଟିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ଅଟୋମେଟିକ ଚାଲାଣ ବ୍ୟବସ୍ଥା କାମ କରୁ ନ ଥିବାରୁ ପୁଲିସ କର୍ମଚାରୀ ଚାଲାଣ କାଟୁଛନ୍ତିି। ଏଜି, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ, ନାଲ୍‍କୋ […]

ଭୁବନେଶ୍ୱର : ରାଜଧାନୀର ରୁପାଲି ଛକରେ ଟ୍ରାଫିକ ଭାଓଲେସନ୍‍ ଡିଟେକ୍ଟର ସିଷ୍ଟମ୍‍ (ଟିଭିଡିଏସ୍‍) ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ବିନା ହେଲମେଟ୍‍, ଫୋନ୍‍ରେ ଗପିବା, ରେଡ୍‍ ଲାଇଟ୍‍ ଉଲ୍ଲଂଘନ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭି ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ ଚାଲାଣ କାଟିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ଅଟୋମେଟିକ ଚାଲାଣ ବ୍ୟବସ୍ଥା କାମ କରୁ ନ ଥିବାରୁ ପୁଲିସ କର୍ମଚାରୀ ଚାଲାଣ କାଟୁଛନ୍ତିି। ଏଜି, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ, ନାଲ୍‍କୋ ଭଳି ୨୫ଟି ଛକରେ ଏଭଳି ସ୍ୱୟଞ୍ଚାଳିତ ସିଷ୍ଟମ୍‍ ଲଗାଯାଇଛି। କିନ୍ତୁ ପୁଲିସର ଏବେ ମାନବସମ୍ବଳ ଅଭାବ ଥିବାରୁ ଅପରେସନ୍‍ ରୁମ୍‍ରେ ପୁଲିସ କର୍ମଚାରୀ ବସି ଚାଲାଣ କାଟିବା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସେପଟେ ପୁଲିସର ଜଣେ ଅଧିକାରୀଙ୍କ କହିବା କଥା, ପୁଲିସର ମାନବସମ୍ବଳ ଅଭାବ ଥିବା ବେଳେ ଏଭଳି ବ୍ୟବସ୍ଥା ପୁଲିସ ଉପରେ ଚାପ ବଢ଼଼ୁଛି। ବିଭିନ୍ନ ଛକରେ ସେଭଳି ଛିଡା ହୋଇ ଚାଲାଣ କାଟୁଛନ୍ତି ଟ୍ରାଫିକ ପୁଲିସ। ଏଭଳି ଅପରେସନ୍‍ ରୁମ୍‍ରେ ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଚାଲାଣ କାଟିବା ସମୟସାପେକ୍ଷ। କାରଣ କିଏ ଉଲ୍ଲଂଘନ କଲେ ତାକୁ ଦେଖି ଫରୱାଡ୍‍ କରି ନମ୍ବର ପ୍ଲେଟ୍‍ରୁ ଗାଡ଼ି ନମ୍ବର ଚିହ୍ନଟ କରି ଇ-ଚାଲାଣ ପଠାଇବା କାଠିକର ପାଠ। ତେବେ ଏହାକୁ ସ୍ୱଂୟଚାଳିତ କରିବା ଲାଗି ସ୍ମାର୍ଟସିଟିକୁ ଚିଠି ଲେଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯ରେ ମୋଟରଯାନ ଲାଗୁ ହେବା ପରେ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଅମାନିଆଙ୍କୁ ଠାବ କରିବା ଲାଗି ବିଏସ୍‍ସିଏଲ୍‍ ପକ୍ଷରୁ ଟିଭିଡିଏସ୍‍ ଭଳି ଅତ୍ୟାଧୁନିକ ମେସନ୍‍ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥ୍ୟ ସମ୍ବେଦନଶୀଳ ଛକରେ ଲଗାଯିବା ଲାଗି ବ୍ୟବସ୍ଥା କରାଯାଇଥିଲା। ପ୍ରଥପେ ରୁପାଲି ଛକରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ମିନିଟ୍ରାକିଂ ସିଷ୍ଟମ୍‍ ପ୍ରତିଛକରେ ଘଟୁଥିବା ଘଟଣା ଦେଖିବା ଲାଗି ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ଏକ ମିନିଟ୍ରାକିଂ ସିଷ୍ଟମ୍‍ ଲଗାଇବାକୁ ଯୋଜନା କରାଯାଇଛି। ତେବେ ଏଜି ଟ୍ରାଫିକ ଥାନାରେ ଏହି ସିଷ୍ଟମ ଲାଗିବାର ଥିଲା। କିନ୍ତୁ ଟ୍ରାଫିକ ଥାନା ଆଜ୍‍ବେଷ୍ଟସ ହୋଇଥିବାରୁ ଏହାକୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ଲଗାଯିବାକୁ ଯୋଜନା କରାଯାଇଛି। ଏଥିସହିତ ମିନିଟ୍ରାକିଂ ସିଷ୍ଟମ୍‍ ଡିସିପି ଓ ସିପି ମୁଖ୍ୟାଳୟରେ ଲଗାଯିବାକୁ ଯୋଜନା କରାଯାଇଛି। ସେହିପରି ସହରରେ ଅନେକ ସ୍ଥାନରେ ସିସିଟିଭି ଲାଗିଛି। କେଉଁଠୁ ଗଛ ଆଡୁଆରେ ସିସିଟିଭି ଲାଗିଛି ତ ଆଉ କେଉଁଠି ଅଚଳ ହୋଇପଡ଼ିଛି। ସହରର ବହୁ ଗୁରୁତ୍ୱପୂର୍ଣ୍ଣ ଛକରେ ପରିସ୍ଥିତି ଏଭଳି। ତେବେ ଏହି ସମସ୍ୟା ଦୂର କରିବା ଲାଗି ସ୍ମାର୍ଟସିଟି ଲିମିଟେଡ୍‍ ଓ ଟ୍ରାଫିକ ପୁଲିସ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟର ଆଲୋଚନା କରାଯାଇଥିଲା।
ନୂଆ କ୍ୟାମେରା ସହ ପୁରୁଣା ସିଷ୍ଟ୍‍ମ୍‍
ରାଜଧାନୀକୁ ଅପରାଧମୁକ୍ତ କରିବା ଲାଗି ସହରସାରା ସିସିଟିଭି ଛାଉଣୀ କରାଯାଇଛି। ସହରରେ ସ୍ମାର୍ଟସିଟି ଲିମିଟେଡ୍‍ ପକ୍ଷରୁ ଆଉ ନୂଆ ୫୦୦ ସିସିଟିଭି ଲଗାଯାଇଛି। ଏଥିରେ ଅପରାଧୀଙ୍କୁ ଧରିବା ସହ ଦୁର୍ଘଟଣା ବିଷୟରେ ସବୁ ତଥ୍ୟ ଯୋଗାଡ଼ କରାଯିବାରେ ସଫଳ ହେବ ଆଶା କରାଯାଉଛି। ତେବେ ଟ୍ରାଫିକର ପୁରୁଣାର ସିଷ୍ଟମ ସହ ନୂଆ ସିସିଟିଭି ସଂଯୋଗ କରାଯିବ। ଏଥିରେ କିଭଳି ଚିତ୍ର ଉତ୍ତୋଳନ ହୋଇ ରହିବ ଏବଂ ସ୍ପଷ୍ଟ ଦିଶିବ ତାକୁ ନେଇ ସିଷ୍ଟମ୍‍ ଇନ୍‍ଷ୍ଟଲ୍‍ କରାଯିବ। ସେହିପରି ମାଷ୍ଟରକ୍ୟାଣ୍ଟିନ ଭଳି ଛକରେ ପୁରୁଣା ସିସିଟିଭିକୁ ହଟାଯାଇ ଅତ୍ୟାଧୁନିକ ସିସିଟିଭି ଲଗାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର