ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ୨୦୨୩-୨୪ ବର୍ଷ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) […]

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ୨୦୨୩-୨୪ ବର୍ଷ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇ ‘ଓଡ଼ିଶା ସ୍କିଲ୍ସ’ର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସହ ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

‘‘ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ କରିବା ସହିତ ଆଗାମୀ ଦିନରେ ଓଡ଼ିଶାକୁ ‘ସ୍କିଲ୍ କ୍ୟାପିଟାଲ’ରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ। ଏହାକୁ ପୂରଣ କରିବା ଦିଗରେ ରାଜ୍ୟର ଦକ୍ଷତା ବିକାଶ ଛାତ୍ରଛାତ୍ରୀମାନେ ‘ଆମ୍ବାସଡର’ ଭୂମିକା ଗ୍ରହଣ କରିବେ। ସେମାନେ ଦେଶ ବିଦେଶରେ କାମ କରି ଓଡ଼ିଶା ପାଇଁ ସୁନାମ ଆଣିବେ’’, କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର କେତେକ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ବିକାଶ ଯାତ୍ରାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ବିଶେଷକରି ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର କିଭଳି ସେମାନଙ୍କ ସ୍ୱପ୍ନ ଓ ଜୀବନକୁ ଏକ ନୂଆ ରୂପ ଦେଇଛି ସେ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଶ୍ରୀମତୀ ଅଳକା ମିଶ୍ର, ବିଭାଗୀୟ ସଚିବ ଶ୍ରୀମତୀ ଊଷା ପାଢ଼ୀ, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍ ଭିନିଲକ୍ରିଷ୍ଣା, ଓଏସଡିଏ ସିଇଓ ଶ୍ରୀଯୁକ୍ତ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପରେ ପରେ ସନ୍ଧ୍ୟାରେ ଆୟୋଜିତ ଏକ ବିସ୍ତୃତ କାର୍ଯ୍ୟକ୍ରମରେ ‘ଓଡ଼ିଶା ସ୍କିଲ୍ସ’ର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସର ଉତ୍ସବମୁଖର ହୋଇ ଉଠିଥିଲା। ‘ଓଡ଼ିଶା ସ୍କିଲ୍ସ’ରେ ୪୫ଟି ଦକ୍ଷତାକୁ ନେଇ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ଓ ସାର୍ଟିଫିକେଟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୫୧ ଜଣଙ୍କୁ ସ୍ୱର୍ଣ୍ଣ, ୪୪ ଜଣଙ୍କୁ ରୌପ୍ୟ ଏବଂ ୪୭ ଜଣଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା।

‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ୬ଟି କ୍ଷେତ୍ରରେ ହୋଇଥିବା ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ। ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ।

‘ଓଡ଼ିଶା ସ୍କିଲ୍ସ’ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତା ଏପ୍ରିଲରେ ଜାତୀୟ ସ୍ତରରେ ହେବାକୁ ଥିବା ‘ଇଣ୍ଡିଆ ସ୍କିଲ୍ସ’ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଥାମ୍ବିରାଜ ଟି ଓ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ତଥା ଦକ୍ଷତା ବିକାଶ କ୍ଷେତ୍ରର ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ‘ଓଡ଼ିଶା ସ୍କିଲ୍ସ’ ଚଳିତ ସଂସ୍କରଣ ଉପରେ ପ୍ରସ୍ତୁତ ଏକ ଭିଡିଓ ସେଠାରେ ପ୍ରଦର୍ଶନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର