ପରିତ୍ୟକ୍ତ ଜାଗାରୁ ନରକଙ୍କାଳ ଉଦ୍ଧାର

The Sakala Picture
Published On

ଜଳେଶ୍ବର: ଜଳେଶ୍ୱର ଥାନା ବିରିଶପୁର ଗାଁର ଏକ ପରିତ୍ୟକ୍ତ ଜାଗାରୁ ନର କଙ୍କାଳ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗ୍ରାମର ସ୍ୱର୍ଗତ ଅତୁଳ ମହାନ୍ତିଙ୍କ ବାଡ଼ିରେ ଏକ କଙ୍କାଳ ପଡିଥିବାର ଗାଁର ଏକ ଛେଳି ଜଗାଳି ଦେଖି ଗାଁ ଲୋକଙ୍କୁ ଜଣାଇ ଥିଲେ।ଗାଁ ଲୋକ ମାନେ ଉକ୍ତ କଙ୍କାଳ ପାଖରେ ପହଂଚି ଶାଢ଼ୀ ଶଙ୍ଖା […]

ଜଳେଶ୍ବର: ଜଳେଶ୍ୱର ଥାନା ବିରିଶପୁର ଗାଁର ଏକ ପରିତ୍ୟକ୍ତ ଜାଗାରୁ ନର କଙ୍କାଳ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗ୍ରାମର ସ୍ୱର୍ଗତ ଅତୁଳ ମହାନ୍ତିଙ୍କ ବାଡ଼ିରେ ଏକ କଙ୍କାଳ ପଡିଥିବାର ଗାଁର ଏକ ଛେଳି ଜଗାଳି ଦେଖି ଗାଁ ଲୋକଙ୍କୁ ଜଣାଇ ଥିଲେ।ଗାଁ ଲୋକ ମାନେ ଉକ୍ତ କଙ୍କାଳ ପାଖରେ ପହଂଚି ଶାଢ଼ୀ ଶଙ୍ଖା ପଡିଥିବାର ଦେଖି ଜଳେଶ୍ୱର ଥାନାକୁ ଖବର ଦେଇ ଥିଲେ।ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ସେହି ଗାଁର ଦୁଃଶାଶନ କଟୁଆଳଙ୍କ ଝିଅ ଶାନ୍ତି କଟୁଆଳ ଦୀର୍ଘ ଏକ ମାସଧରି ନିଖୋଜ ଥିଲେ ବୋଲି ଗାଁ ଲୋକମାନେ କହୁଥିଲା ବେଳେ ଏହା ଉକ୍ତ ମହିଳାଙ୍କର ନର କଙ୍କାଳ ବୋଲି ଅନୁମାନ କରାଯାଉଛି।ଉକ୍ତ ପରିତ୍ୟକ୍ତ ଜାଗାକୁ ନର କଙ୍କାଳ ଆସିଲା କେମିତି ଏହା ଏକ ରହସ୍ୟ ବୋଲି ଅନୁମାନ କରାଯାଉଛି। ଏହା ହତ୍ୟା କି ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ଫିଟିବ ଗୁମର।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

20 Jul 2021 By The Sakala

ପରିତ୍ୟକ୍ତ ଜାଗାରୁ ନରକଙ୍କାଳ ଉଦ୍ଧାର

ଜଳେଶ୍ବର: ଜଳେଶ୍ୱର ଥାନା ବିରିଶପୁର ଗାଁର ଏକ ପରିତ୍ୟକ୍ତ ଜାଗାରୁ ନର କଙ୍କାଳ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗ୍ରାମର ସ୍ୱର୍ଗତ ଅତୁଳ ମହାନ୍ତିଙ୍କ ବାଡ଼ିରେ ଏକ କଙ୍କାଳ ପଡିଥିବାର ଗାଁର ଏକ ଛେଳି ଜଗାଳି ଦେଖି ଗାଁ ଲୋକଙ୍କୁ ଜଣାଇ ଥିଲେ।ଗାଁ ଲୋକ ମାନେ ଉକ୍ତ କଙ୍କାଳ ପାଖରେ ପହଂଚି ଶାଢ଼ୀ ଶଙ୍ଖା ପଡିଥିବାର ଦେଖି ଜଳେଶ୍ୱର ଥାନାକୁ ଖବର ଦେଇ ଥିଲେ।ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ସେହି ଗାଁର ଦୁଃଶାଶନ କଟୁଆଳଙ୍କ ଝିଅ ଶାନ୍ତି କଟୁଆଳ ଦୀର୍ଘ ଏକ ମାସଧରି ନିଖୋଜ ଥିଲେ ବୋଲି ଗାଁ ଲୋକମାନେ କହୁଥିଲା ବେଳେ ଏହା ଉକ୍ତ ମହିଳାଙ୍କର ନର କଙ୍କାଳ ବୋଲି ଅନୁମାନ କରାଯାଉଛି।ଉକ୍ତ ପରିତ୍ୟକ୍ତ ଜାଗାକୁ ନର କଙ୍କାଳ ଆସିଲା କେମିତି ଏହା ଏକ ରହସ୍ୟ ବୋଲି ଅନୁମାନ କରାଯାଉଛି। ଏହା ହତ୍ୟା କି ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ଫିଟିବ ଗୁମର।

https://www.thesakala.in/latest-odisha-news/skeleton-rescued-from-an-abandoned-place-in-jaleswar/article-3944
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର