ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ସାମିଲ ହେଲେ ଆଉ ୬ ପ୍ରମୁଖ ଶିକ୍ଷାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଜାରି ରହିଛି। ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଅଂଶସ୍ୱରୂପ ଚଳିତ ସପ୍ତାହରେ ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ହୋଇଛନ୍ତି ଆଉ ଛଅ ପ୍ରମୁଖ ଶିକ୍ଷାନୁଷ୍ଠାନ । ଚଳିତ ସପ୍ତାହରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜଗାଙ୍ଗପୁରର ଏସ ଡି ମହିଳା ମହାବିଦ୍ୟାଳୟ, କଟକର ଡ୍ରିମ୍ସ , କୋଣାର୍କର ଭଗବତୀ କଲେଜ, ସୁନ୍ଦରଗଡର ସରକାରୀ ମହାବିଦ୍ୟାଳୟ ଏବଂ ଖୋର୍ଦ୍ଧାର ଗୀତା କଲେଜ ଜିଓ ଟ୍ରୁ ୫ଜି କ୍ୟାମ୍ପସରେ ପରିଣତ ହୋଇଛି । ଏଥିପୂର୍ବରୁ ରାଉରକେଲାର ଏସକେଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଜିଲ୍ଲାର ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲାର ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ଜିଓ ଟ୍ରୁ୫ଜି କ୍ୟାମ୍ପସରେ ପରିଣତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ସହ […]

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବିଦ୍ୟାଳୟର ତାଲା ପକାଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଅଂଶସ୍ୱରୂପ ଚଳିତ ସପ୍ତାହରେ ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ହୋଇଛନ୍ତି ଆଉ ଛଅ ପ୍ରମୁଖ ଶିକ୍ଷାନୁଷ୍ଠାନ ।

ଆହୁରି ପଢ଼ନ୍ତୁ: ରଙ୍ଗ ପସରାରେ ରଙ୍ଗୀନ ସହରର ଗଳିକନ୍ଦି; ପିଲାଙ୍କ ମନ ମୋହୁଛି ଆକର୍ଷଣୀୟ ମୁଖା

ଚଳିତ ସପ୍ତାହରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜଗାଙ୍ଗପୁରର ଏସ ଡି ମହିଳା ମହାବିଦ୍ୟାଳୟ, କଟକର ଡ୍ରିମ୍ସ , କୋଣାର୍କର ଭଗବତୀ କଲେଜ, ସୁନ୍ଦରଗଡର ସରକାରୀ ମହାବିଦ୍ୟାଳୟ ଏବଂ ଖୋର୍ଦ୍ଧାର ଗୀତା କଲେଜ ଜିଓ ଟ୍ରୁ ୫ଜି କ୍ୟାମ୍ପସରେ ପରିଣତ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ

ଏଥିପୂର୍ବରୁ ରାଉରକେଲାର ଏସକେଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଜିଲ୍ଲାର ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲାର ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ଜିଓ ଟ୍ରୁ୫ଜି କ୍ୟାମ୍ପସରେ ପରିଣତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର‌୍ୟ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା । ଏଥିସହିତ ଜିଓର ଅଭିନବ ଏଆର ଭିଆର ଡିଭାଇସ ଜିଓ ଡାଇଭ ବ୍ୟବହାର ଅନୁଭୂତି ନେଇଥିଲେ ଛାତ୍ରଛାତ୍ରୀ ।

ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି ।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି । ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି ।

ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍‌ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍‌ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି ।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି । ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି । ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍‌ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରର୍ବତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp