ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା ୧୨୫ ଓଏଏସ୍ ପଦବୀ, ଭେଟେନାରୀ ସର୍ଭିସ ରୁଲର ସଂଶୋଧନକୁ ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ […]

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ୨ ଜଣ ଡେପୁଟି କଲେକ୍ଟର ରହିବେ। ସେହିପରି ପ୍ରତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଡେପୁଟି କଲେକ୍ଟର ପଦବି ସୃଷ୍ଟି କରାଯାଇଛି। ନୂଆ ୧୨୫ ସୃଷ୍ଟି କରାଯିବା ପରେ ରାଜ୍ୟରେ ଓଏଏସ୍‌ ପଦବି ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି


ଅନ୍ୟପଟେ କ୍ୟାବିନେଟ ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ।


ସେହିପରି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର