ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀର ଶିଶୁ ଭବନ ଛକ ଓଭର ବ୍ରିଜ୍ ତଳକୁ କାର୍ ଖସି ପଡ଼ିବା ଘଟଣା ପଛରେ ରହିଛି ମର୍ଡର ଲିଙ୍କ୍। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ଖସି ପଳାଉଥିବା ବେଳେ କାରଟି ବ୍ରିଜ ତଳକୁ ଖସିପଡ଼ିଥିଲା । ପୁରୁଣା ପ୍ରେମ ବିଷୟରେ ଜାଣିବାରୁ ପୁରୁଣା ପ୍ରେମିକା ସହ ମିଶି ନୂଆ ପ୍ରେମିକକୁ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ମଙ୍ଗଳା ମନ୍ଦିର ନିକଟ ଭଡାଘରେ ଘଟିଛି ହତ୍ୟାକାଣ୍ଡ। ମୃତକଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ କାଣ୍ଡି ଓ ଲିଜା ଭୋଇ । ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ ଟିମ ଚଳାଇଛି ଛାନଭିନ । ଚନ୍ଦ୍ରଶେଖରପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛି । ମୃତ ସତ୍ୟବ୍ରତ ଜଣେ ଟ୍ୟାକ୍ସି ଡ୍ରାଇଭର । 

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଆଜି ସକାଳୁ ଶିଶୁଭବନ ଛକରେ ଘଟିଥିବା ଦୁର୍ଘଟଣା କେସରେ ମଧ୍ୟ ଏ କେସର ଲିଙ୍କ ରହିଥିବା ସୂଚନା ମିଳିଛି । ମୃତ ସତ୍ୟବ୍ରତ ଚଳାଉଥିବା ଗାଡିଟି ଦୁର୍ଘଟଣାଗସ୍ତ ହୋଇଛି । ସୂଚନା ଅନୁସାରେ, ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକାକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ୍। 

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ସେପଟେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ନିଜେ ଆସି ଆଉ ଜଣେ ଡ୍ରାଇଭର ସହାୟତାରେ ଗାଡ଼ି ନେଇ ପଳାଉଥିବା ବେଳେ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

09 Feb 2026 By Madhusudan Das

ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀର ଶିଶୁ ଭବନ ଛକ ଓଭର ବ୍ରିଜ୍ ତଳକୁ କାର୍ ଖସି ପଡ଼ିବା ଘଟଣା ପଛରେ ରହିଛି ମର୍ଡର ଲିଙ୍କ୍। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ଖସି ପଳାଉଥିବା ବେଳେ କାରଟି ବ୍ରିଜ ତଳକୁ ଖସିପଡ଼ିଥିଲା । ପୁରୁଣା ପ୍ରେମ ବିଷୟରେ ଜାଣିବାରୁ ପୁରୁଣା ପ୍ରେମିକା ସହ ମିଶି ନୂଆ ପ୍ରେମିକକୁ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ମଙ୍ଗଳା ମନ୍ଦିର ନିକଟ ଭଡାଘରେ ଘଟିଛି ହତ୍ୟାକାଣ୍ଡ। ମୃତକଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ କାଣ୍ଡି ଓ ଲିଜା ଭୋଇ । ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ ଟିମ ଚଳାଇଛି ଛାନଭିନ । ଚନ୍ଦ୍ରଶେଖରପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛି । ମୃତ ସତ୍ୟବ୍ରତ ଜଣେ ଟ୍ୟାକ୍ସି ଡ୍ରାଇଭର । 

ଆଜି ସକାଳୁ ଶିଶୁଭବନ ଛକରେ ଘଟିଥିବା ଦୁର୍ଘଟଣା କେସରେ ମଧ୍ୟ ଏ କେସର ଲିଙ୍କ ରହିଥିବା ସୂଚନା ମିଳିଛି । ମୃତ ସତ୍ୟବ୍ରତ ଚଳାଉଥିବା ଗାଡିଟି ଦୁର୍ଘଟଣାଗସ୍ତ ହୋଇଛି । ସୂଚନା ଅନୁସାରେ, ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକାକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ୍। 

ସେପଟେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ନିଜେ ଆସି ଆଉ ଜଣେ ଡ୍ରାଇଭର ସହାୟତାରେ ଗାଡ଼ି ନେଇ ପଳାଉଥିବା ବେଳେ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର