ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

The Sakala Picture
Published On

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ହୋଇଥିବାବେଳେ କଟକ ମହିଳା ଥାନା ପୋଲିସ ଏହାକୁ ନେଇ ତନାଘନା ଆରମ୍ଭ କରିଛି । ସୌରିନ ଏବେ ଫେରାର ଥିବାରୁ ତାଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି କଟକ କମିଶନରେଟ ପୋଲିସ । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ […]

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ହୋଇଥିବାବେଳେ କଟକ ମହିଳା ଥାନା ପୋଲିସ ଏହାକୁ ନେଇ ତନାଘନା ଆରମ୍ଭ କରିଛି । ସୌରିନ ଏବେ ଫେରାର ଥିବାରୁ ତାଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି କଟକ କମିଶନରେଟ ପୋଲିସ । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ ଦିନ ଭିତରେ ଏହି ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ। ସୌରିନ ନିଜ ମୋବାଇଲକୁ ସୁଇଜ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିବ ବୋଲି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଅନ୍ୟପଟେ ସୌରିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ CRPC ର ଧାରା ୧୬୪ ଆଧାରରେ ପିଡ଼ିତାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ । ଏହା ସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରାଯାଇଛି । କଟକ ଜଗତପୁରରେ ରହୁଥିବା ଜଣେ ଯୁବତୀ ସୌରିନଙ୍କ ନାଁରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏବଂ ବିବାହ ପ୍ରତିଶୃତି ଦେଇ ସୌରୀନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଅଭିଯୋଗ କରିଛନ୍ତି ଜୁବତୀ ଜଣକ । ଏନେଇ ସମ୍ପୃକ୍ତ ଯୁବତୀ ସୋମବାର ଦିନ କଟକ ମହିଳା ଥାନାରେ ହାଜର ହୋଇ ସୌରିନଙ୍କ ବିରୁଦ୍ଧରେ ଏତାଲା ଦାୟର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

19 Jun 2023 By The Sakala

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ହୋଇଥିବାବେଳେ କଟକ ମହିଳା ଥାନା ପୋଲିସ ଏହାକୁ ନେଇ ତନାଘନା ଆରମ୍ଭ କରିଛି । ସୌରିନ ଏବେ ଫେରାର ଥିବାରୁ ତାଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି କଟକ କମିଶନରେଟ ପୋଲିସ । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ ଦିନ ଭିତରେ ଏହି ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ। ସୌରିନ ନିଜ ମୋବାଇଲକୁ ସୁଇଜ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିବ ବୋଲି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ଅନ୍ୟପଟେ ସୌରିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ CRPC ର ଧାରା ୧୬୪ ଆଧାରରେ ପିଡ଼ିତାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ । ଏହା ସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରାଯାଇଛି । କଟକ ଜଗତପୁରରେ ରହୁଥିବା ଜଣେ ଯୁବତୀ ସୌରିନଙ୍କ ନାଁରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏବଂ ବିବାହ ପ୍ରତିଶୃତି ଦେଇ ସୌରୀନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଅଭିଯୋଗ କରିଛନ୍ତି ଜୁବତୀ ଜଣକ । ଏନେଇ ସମ୍ପୃକ୍ତ ଯୁବତୀ ସୋମବାର ଦିନ କଟକ ମହିଳା ଥାନାରେ ହାଜର ହୋଇ ସୌରିନଙ୍କ ବିରୁଦ୍ଧରେ ଏତାଲା ଦାୟର କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର