ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ
ମୟୂରଭଞ୍ଜ: ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖା ଦିଆଯାଇଛି । ବାତ୍ୟା ‘ଦାନା’ ଗୁରୁବାର ରାତିରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ […]
ମୟୂରଭଞ୍ଜ: ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖା ଦିଆଯାଇଛି । ବାତ୍ୟା ‘ଦାନା’ ଗୁରୁବାର ରାତିରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଏବେ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଅକ୍ଟୋବର ୨୬ରୁ ୨୮ ତାରିଖ ଯାଏଁ ଶିମିଳିପାଳ ବନ୍ଦ ରହିବ।