ବାଂଲାଦେଶୀ ଲିଙ୍କ୍‌: ଯାଜପୁରରୁ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଗିରଫ କଲା ଜଗତସିଂହପୁର ପୋଲିସ

Madhusudan Das Picture
Published On

ଜଗତସିଂହପୁର: ଶେଷରେ ଗିରଫ ହେଲା ସିକନ୍ଦର ଆଲାମ । ବାଂଲାଦେଶୀ ଲିଙ୍କ୍‌ରେ ଯାଜପୁରରୁ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଗିରଫ କଲା ଜଗତସିଂହପୁର ପୋଲିସ । ଗତ ୬ ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ । ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର । ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଶସ୍ତା ହେବ କି ଗ୍ୟାସ ସିଲିଣ୍ଡର ? ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ସ୍ୱାକ୍ଷରିତ

ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୋଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୋଲିସ୍‌କୁ କରିଥିଲେ ଆକ୍ରମଣ ।

ଆହୁରି ପଢ଼ନ୍ତୁ: ଅଲବିଦା ହ୍ୟୁମାନ; ଝୁରିବେ ନବୀନ ଫ୍ୟାନ୍: ‘ଓଡ଼ିଶାର ସାନ୍‌ ତୁମେ, ଓଡ଼ିଶାର ଜାନ୍‌...ହେ ନବୀନ ବାବୁ ଆମେ ତମେ ଫ୍ୟାନ୍'....

Join Us @ WhatsApp

About The Author

Google News
Join Us @ WhatsApp