ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ଲଢେଇ ପରେ ଜୀବନ ହାରିଲା ଅସୁସ୍ଥ ହାତୀ

Madhusudan Das Picture
Published On

ବାରିପଦା: ଜୀବନ ଓ ମୃତ୍ୟୁ ସଂଗ୍ରାମ ଯୁଦ୍ଧରେ ଶେଷରେ ଜୀବନ ହାରିଲା ହାତୀ। ଶନିବାର ଦିନ ମୃତ୍ୟୁ ଘଟିଥିବା ବିଶେଷ ସୁତ୍ରରୁ ସୂଚନା। ବନ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ସାର୍ବଜନୀନ କରିନଥିବା ଅଭିଯୋଗ ହେଉଛି। ସେପଟେ ଚିକିତ୍ସାରେ ବିଳମ୍ବ ନେଇ ଉଠିଥିଲା ପ୍ରଶ୍ନ। ଘଟଣା ଅନୁସାରେ ଗତ ୧୧ ତାରିଖରେ ଝାଡ଼ଖଣ୍ଡର ଏକ ହାତୀପଲରୁ ଗୋଠଛଡ଼ା ହୋଇଥିବା ମାଈହାତୀ ନୀଳଗିରିରେ ବିସ୍ଫୋରକ ଖାଇ କ୍ଷତାକ୍ତ ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ୍‌ କରି ଡାକ୍ତରୀ ଟିମ୍‌ ସହ ଚିକିତ୍ସା ଆରମ୍ଭ କରିଥିଲେ। ପରେ ତାକୁ ଶିମିଳିପାଳ ଜାତୀୟ ଉଦ୍ୟାନ ଉତ୍ତର ଡିଭିଜନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ତାଳବନ୍ଧ ରେଞ୍ଜ କାନଛିଣ୍ଡା ପ୍ରାଣୀ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିଲା। ହାତୀର ଜିଭ ଏକ ତୃତୀୟାଂଶ ଛିଣ୍ଡି ଯାଇଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଥିଲା। ଶେଷରେ ଦୀର୍ଘ ୧୫ଦିନର ମୃତ୍ୟୁ ସହ ଲଢେଇ ପରେ ଶନିବାର ସକାଳ ସମୟରେ ଜୀବନ ହାରିଛି ହାତୀ। ପରବର୍ତ୍ତୀ ସମୟରେ ବାରିପଦା ବନ ବିଭାଗ ପକ୍ଷରୁ ପୋଷ୍ଟମୋଟମ ମଧ୍ୟ ସରିଥିବା ସୂଚନା ମିଳିଛି। ସେପଟେ ହାତୀ ମୃତ୍ୟୁ ନେଇ ବନ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଉନଥିବା ନେଇ ବନ ବିଭାଗର କାର୍ଯ୍ୟନୁଷ୍ଠାନ ଉପରେ ପ୍ରଶ୍ନ ଉଠୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର