ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ: ଆଜି ଯଜ୍ଞ ଅଧିବାସ, ମଣ୍ଡଳ ଓ ଧ୍ୱଜା ସ୍ଥାପନ

The Sakala Picture
Published On

ପୁରୀ: ପାଖେଇ ଆସୁଛି ସେହି ଦିବ୍ୟ ମୁହୂର୍ତ୍ତ । ଆଉ ମାତ୍ର ୩ ଦିନ ପରେ ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ନୂଆରୂପରେ ଉଦ୍‌ଭାସିତ ହେବ ଶ୍ରୀମନ୍ଦିର ଚୌହଦୀ। ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର […]

ପୁରୀ: ପାଖେଇ ଆସୁଛି ସେହି ଦିବ୍ୟ ମୁହୂର୍ତ୍ତ । ଆଉ ମାତ୍ର ୩ ଦିନ ପରେ ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ନୂଆରୂପରେ ଉଦ୍‌ଭାସିତ ହେବ ଶ୍ରୀମନ୍ଦିର ଚୌହଦୀ। ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଲୋକାର୍ପଣର ଆଦ୍ୟ ପର୍ବ ଶୁକ୍ରବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ଆଚାର୍ଯ୍ୟ ବରଣ କରିଥିବା ବେଳେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ସମ୍ପନ୍ନ ହୋଇଥିଲା। ଶନିବାର ପୌଷ ଶୁକ୍ଳ ତୃତୀୟା ତିଥିରେ ଅଙ୍କୁରପୂଜନ ଓ ପ୍ରଥମ ମଣ୍ଡଳକଟା ଶେଷ ହୋଇଛି। ଏଥିସହ ଲୋକାର୍ପିତ ହେବାକୁ ଥିବା ଫଳକର ମାପଚୁପ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।ଲୋକାର୍ପଣ ଅବସରରେ ଅର୍ଥାତ୍‌ ଆସନ୍ତା ୧୫, ୧୬ ଓ ୧୭ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ କୌଣସି କଟକଣା ରହିବ ନାହିଁ। ୧୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ସ୍ଥାନ ଓ ଯଜ୍ଞମଣ୍ଡପ ନିକଟକୁ ଭକ୍ତମାନଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି। ଶନିବାର ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରି କହିଛନ୍ତି ଯେ, ୧୨ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ ପ୍ରକ୍ରିୟା ଭଲରେ ଚାଲିଛି। ୧୭ ତାରିଖ ଲୋକାର୍ପଣ ଉତ୍ସବ ପାଇଁ ମଧ୍ୟ ସମସ୍ତ ପ୍ରକାଶ ପ୍ରସ୍ତୁତି କରାଯାଇଛି୧ ଶ୍ରୀସେତୁ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶ୍ରୀମାର୍ଗ ରବିବାର ସମ୍ପୂର୍ଣ୍ଣ ହୋଇଯିବ । ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କରାଯାଇଛି । ଜଗନ୍ନାଥ ବଲ୍ଲଭରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶନ କରାଯିବ । ପରିକ୍ରମା ପ୍ରକଳ୍ପର ଥ୍ରୀ ଡି ମଡେଲ ଏବଂ ଏହା ସମ୍ପର୍କିତ ସୂଚନା ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ଦେଖିପାରିବେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର