ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରଭାବିତ ୧୮ଟି ମଠ ଓ ୨ଟି ମନ୍ଦିରର କରାଯିବ ବିକାଶ

The Sakala Picture
Published On

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଏବଂ ଶ୍ରଦ୍ଧାଳୁଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଆସନ୍ତା ଅକ୍ଟୋବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ ହେବ। ମଙ୍ଗଳବାର ଅନୁଷ୍ଠିତ ଅବଢ଼଼ା ଯୋଜନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଅବଢ଼଼ା ଯୋଜନାରେ ଅନେକଗୁଡ଼ିଏ ମେଗା ପ୍ରକଳ୍ପ କାମ କରାଯାଉଛି। […]

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଏବଂ ଶ୍ରଦ୍ଧାଳୁଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଆସନ୍ତା ଅକ୍ଟୋବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ ହେବ। ମଙ୍ଗଳବାର ଅନୁଷ୍ଠିତ ଅବଢ଼଼ା ଯୋଜନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଅବଢ଼଼ା ଯୋଜନାରେ ଅନେକଗୁଡ଼ିଏ ମେଗା ପ୍ରକଳ୍ପ କାମ କରାଯାଉଛି। ଇତିମଧ୍ୟରେ ଏକାଧିକ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବହୁ ପ୍ରକଳ୍ପ କାମ ଜାରିରହିଛି। ଅବଢ଼଼ା ଯୋଜନାରେ ବର୍ତ୍ତମାନ ଚାଲିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ ରହିଛି ଏବଂ ଏହାର ଅଗ୍ରଗତି ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କ ସୁବିଧା ପାଇଁ ତିଆରି ଚାଲିଛି ପରିକ୍ରମା ପ୍ରକଳ୍ପ। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌‌ ମାଧ୍ୟମରେ ଓବିସିସି ଏହି କାମ କରୁଛି। ଏଥିରେ ଭିତର ପରିକ୍ରମା ପଥ, ସବୁଜ ବଳୟ, ବାହାର ପରିକ୍ରମା ପଥ, ସାଧାରଣ ସୁବିଧାକୁ ନେଇ ବିଭିନ୍ନ ଜୋନ୍‌‌ କରାଯାଉଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଭକ୍ତଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ। ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ, ବୃକ୍ଷ ଆଦି ସ୍ଥାନିତ ହେବ। ତେବେ ଅକ୍ଟୋବର ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ୱରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଗୋପାଳତୀର୍ଥ ମଠ, ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିର ଏବଂ ଚାରିଆଶ୍ରମର ପୁନରୁଦ୍ଧାର କରାଯିବ। ଅନ୍ୟପକ୍ଷରେ ଦୀର୍ଘଦିନ ହେଲା ଭୁଶୁଡ଼ି ପଡ଼ିଥିବା ଆଲାମଚଣ୍ଡୀ ମନ୍ଦିର ସମ୍ମୁଖ ପଥର ପୁଷ୍କରିଣୀର ପଶ୍ଚିମ ପାର୍ଶ୍ବ ପାଚେରିର ପୁନରୁଦ୍ଧାର ଏବଂ ମରାମତି କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲଗାଇବା ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଏତଦ୍‌‌ବ୍ୟତୀତ ପରିକ୍ରମା ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ। ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ କେନ୍ଦ୍ରରୁ ଏକ ଅଡିଟ୍‌‌ ଟିମ୍‌‌ ଆସି ଅନୁଧ୍ୟାନ କରି ଯାଇଛନ୍ତି। ଅକ୍ଟୋବର ସୁଦ୍ଧା ର‍୍ୟାମ୍ପ କାମ ଆରମ୍ଭ ହୋଇ ୨/୩ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପିଙ୍କ ପାଇଁ ବ୍ୟାରାକ୍‌‌ ନିର୍ମାଣ, ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବା ନେଇ ତର୍ଜମା ହୋଇଛି। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ନିମନ୍ତେ ପଥରରେ ର‍୍ୟାମ୍ପ ନିର୍ମାଣ କରାଯିବ। ସେମାନେ ଯେପରି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିବେ ତା’ ଉପରେ ଆଲୋଚନା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଉନ୍ନୟନ ପ୍ରଶାସକ (ଓଏସ୍‌‌ଡି) ଅଜୟ କୁମାର ଜେନା, ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର