ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର

The Sakala Picture
Published On

ପୁରୀ: ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର। ଯଦିଓ ଏ ନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏଥିରେ ମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ। ତେବେ ବୈଠକରେ ଫେବୃଆରୀ ଆରମ୍ଭରୁ କୋଭିଡ଼ କଟକଣା ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆସନ୍ତା […]

ପୁରୀ: ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର। ଯଦିଓ ଏ ନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏଥିରେ ମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ। ତେବେ ବୈଠକରେ ଫେବୃଆରୀ ଆରମ୍ଭରୁ କୋଭିଡ଼ କଟକଣା ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ଖୁବ୍‌ଶୀଘ୍ର ବୈଠକ ବସି କୋଭିଡ଼ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

କୋଭିଡ଼ ସଂକ୍ରମଣକୁ ନଜରରେ ରଖ୍ ଗତ ୯ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କିନ୍ତୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସେବାପୂଜା ଚାଲିଛି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଆସି ପତିତପାବନଙ୍କୁ ଦର୍ଶନ କରି ନିରାଶରେ ଫେରୁଛନ୍ତି। କୋଭିଡ଼ର ତୃତୀୟ ଲହର ଏତେଟା ସାଂଘାତିକ ହେଉ ନ ଥିବା କହି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ବୋଲି ବିଭିନ୍ନ ସଙ୍ଗଠନ ଦାବି କରୁଛନ୍ତି। ବେଳାଭୂମି, ହୋଟେଲ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ସ୍ବାଭାବିକ ଥିବାବେଳେ ମନ୍ଦିର କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବ। ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବକ କଲ୍ୟାଣ ସବ୍ କମିଟି ବୈଠକରେ ସେବକମାନେ ବୁଷ୍ଟର ଡୋଜ କଥା ଉଠାଇଥିଲେ। ତେବେ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରିଯାଇଛି ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ସେବାୟତଙ୍କ ପାଇଁ ସ୍ବତନ୍ତ୍ର କରାଯାଇ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର