ମହିଳା ଏସ୍‍ଏଚ୍‍ଜି ଧରିଛନ୍ତି ସଚେତନତାର ମଙ୍ଗ: ପଲିଥିନ୍‍ର ବିକଳ୍ପ ସାଜିଛି କାଗଜ ବ୍ୟାଗ୍‍

The Sakala Picture
Published On

ଭୁବନେଶ୍ୱର: ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟାନ୍‍ ନେଇ ସମସ୍ତଙ୍କୁ ଘାରିଛି ଚିନ୍ତା। ଚାରିଆଡ଼େ ଏବେ ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବନ୍ଦ ବି ହୋଇଛି। ଏନେଇ ବିଭିନ୍ନ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ମହିଳାମାନେ ପଲିଥିନ୍‍ ବ୍ୟାନ୍‍ର ବିକଳ୍ପ ମଙ୍ଗ ଧରିଛନ୍ତି। ଆଉ କାଗଜ ବ୍ୟାଗ୍‍ ଦେଇଛି ରୋଜଗାର। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହାସହ ସେମାନେ ସ୍ୱାବଲମ୍ବୀ ହେବା […]

ଭୁବନେଶ୍ୱର: ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟାନ୍‍ ନେଇ ସମସ୍ତଙ୍କୁ ଘାରିଛି ଚିନ୍ତା। ଚାରିଆଡ଼େ ଏବେ ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବନ୍ଦ ବି ହୋଇଛି। ଏନେଇ ବିଭିନ୍ନ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ମହିଳାମାନେ ପଲିଥିନ୍‍ ବ୍ୟାନ୍‍ର ବିକଳ୍ପ ମଙ୍ଗ ଧରିଛନ୍ତି। ଆଉ କାଗଜ ବ୍ୟାଗ୍‍ ଦେଇଛି ରୋଜଗାର। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହାସହ ସେମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ପୁରୁଣା କାଗଜ ଓ ବ୍ରାଉନ୍‍ କାଗଜରେ ତିଆରି କରୁଛନ୍ତି ବ୍ୟାଗ୍‍। ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଏହି ନିଆରା ପ୍ର୍ରୟାସ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ୱାର୍ଡ ନମ୍ବର ୧୪ ଲୁମ୍ବିନୀ ବିହାରର ଅନନ୍ୟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି କାଗଜ ବ୍ୟାଗ୍‍। ପରିବେଶ ଅନୁକୂଳ କାଗଜ ବ୍ୟାଗ୍‍ ତିଆରି କରି ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଏଥିପାଇଁ ସେମାନେ ପରିବାରର ବୋଝ ମୁଣ୍ଡାଇ ପାରିଛନ୍ତି। ଏହି ସ୍ଥିତିରେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ କାଗଜ ବ୍ୟାଗ୍‍ ତିଆରିରେ ଲାଗିପଡ଼ିଛନ୍ତି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘ ୧ବର୍ଷ ହେବ ସେମାନେ ଏହି କାଗଜ ବ୍ୟାଗ୍‍ ତିଆରି କରୁଛନ୍ତି। ମାର୍କେଟ୍‍ରୁ ବ୍ରାଉନ୍‍ ପେପର୍‍ କିଣି ଆଣୁଛନ୍ତି। ହାତରେ ବିଭିନ୍ନ ଡିଜାଇନ୍‍ର ବ୍ୟାଗ୍‍ ତିଆରି କରୁଛନ୍ତି। କେବଳ ସେତିକି ନୁହେଁ ଠୁଙ୍ଗା ମଧ୍ୟ ତିଆରି କରି ବିକ୍ରି କରୁଛନ୍ତି। ବର୍ତ୍ତମାନ ବଜାରରେ ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ବ୍ୟାନ୍‍ କରାଯାଇଥିବାରୁ ଧୀରେ ଧୀରେ ଏହି ବ୍ୟାଗ୍‍ର ଆଦୃତି ବଢ଼ିବାକୁ ଲାଗିଛି। ଏଥିପାଇଁ ସେମାନେ ମିଶନ ଶକ୍ତି ପକ୍ଷରୁ ଏହି ଗ୍ରୁପ୍‍କୁ ଋଣ ମଧ୍ୟ ମିଳିଛି। ଏହି ଟଙ୍କାରେ ସେମାନେ ଆଗକୁ ଏହି ବ୍ୟାଗ୍‍ ବ୍ୟବସାୟକୁ ଅଧିକ ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରତି ମାସରେ ପ୍ରାୟ ୨ହଜାର ବ୍ୟାଗ୍‍ ବିକ୍ରି କରୁଛନ୍ତି। ପଲିଥିନ୍‍ ବଦଳରେ କାଗଜ ବ୍ୟାଗ୍‍ ବ୍ୟବହାର ପାଇଁ ସ୍ଥାନୀୟ ବଜାରର ଦୋକାନରେ ବିକ୍ରି କରୁଛନ୍ତି। ଏହି ବ୍ୟାଗ୍‍ ପାଇଁ ବିଭିନ୍ନ ଆଡୁ ଅର୍ଡର ମଧ୍ୟ ଆସୁଛି। ଏହାସହିତ ମେଡିସିନ୍‍ ଷ୍ଟୋରରେ ମଧ୍ୟ କାଗଜ ବ୍ୟାଗ୍‍ ବିକ୍ରି କରୁଛନ୍ତି। ସେମାନେ ଏହି ବ୍ୟାଗ୍‍ର ଉପାଦେୟତା ଏବଂ ପଲିଥିନ୍‍ ଯୋଗୁଁ ଆମ ପରିବେଶ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରୁଛନ୍ତି। ଏହାବ୍ୟତୀତ ବସ୍ତି ଅଞ୍ଚଳରେ ମଧ୍ୟ ଏନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏଥିପାଇଁ ସେମାନେ ବ୍ୟାଗ୍‍ ପିଛା ୧୦-୧୨ ଟଙ୍କା ଲେଖାଏଁରେ ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଏହି ବ୍ୟାଗ୍‍ ତିଆରିରେ ୧୦ ଜଣ ମହିଳା ନିୟୋଜିତ ହୋଇଛନ୍ତି। ଘରର କାମଧନ୍ଦା ସାରିବା ପରେ ସନ୍ଧ୍ୟାରେ ଏକାଠି ବସି ବ୍ୟାଗ୍‍ ପ୍ରସ୍ତୁତ କରୁଛନ୍ତି। ପ୍ରତ୍ୟେକ ଦିନ ୧୦୦ ବ୍ୟାଗ୍‍ ତିଆରି କରୁଛନ୍ତି। ଏଥିପାଇଁ ମାସକୁ ୧୫ରୁ ୧୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏ ସମ୍ପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ମିଲି ରଣା କହିଛନ୍ତି, କୌଣସି ମେସିନ୍‍ ନୁହେଁ, ବରଂ ହାତରେ କାଗଜ ବ୍ୟାଗ୍‍ ପ୍ରସ୍ତୁତ କରୁଛୁ। ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏହି କାଗଜ ବ୍ୟାଗ୍‍ ତିଆରି କରୁଛନ୍ତି। ଏଥିପାଇଁ ବସ୍ତି ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ସଚେତନାର ଆବଶ୍ୟକତା ରହିଛି। ମହିଳାମାନେ ସଚେତନ ହୋଇପାରିଲେ ଘରେ ଘରେ ଏଥିପାଇଁ ସତର୍କ ହେବେ। ଧୀରେ ଧୀରେ ସମସ୍ତେ ଏହି ବ୍ୟାଗ୍‍ କିଣୁଛନ୍ତି। ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଆଣିବାବେଳେ ଏହି କାଗଜ ବ୍ୟାଗ୍‍ର ବ୍ୟବହାର ପାଇଁ ସଚେତନ କରାଯାଉଛି। ଏହାସହିତ ମିଶନ୍‍ ଶକ୍ତି ଦ୍ୱାରା ବିଭିନ୍ନ ଷ୍ଟଲ୍‍ରେ ଏହି କାଗଜ ବ୍ୟାଗ୍‍ ପ୍ରଦର୍ଶନୀ କରିବା ଦ୍ୱାରା ଲୋକେ ଅର୍ଡର ଦେଉଛନ୍ତି। ସଚେତନତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

27 Aug 2022 By The Sakala

ମହିଳା ଏସ୍‍ଏଚ୍‍ଜି ଧରିଛନ୍ତି ସଚେତନତାର ମଙ୍ଗ: ପଲିଥିନ୍‍ର ବିକଳ୍ପ ସାଜିଛି କାଗଜ ବ୍ୟାଗ୍‍

ଭୁବନେଶ୍ୱର: ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟାନ୍‍ ନେଇ ସମସ୍ତଙ୍କୁ ଘାରିଛି ଚିନ୍ତା। ଚାରିଆଡ଼େ ଏବେ ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବନ୍ଦ ବି ହୋଇଛି। ଏନେଇ ବିଭିନ୍ନ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ମହିଳାମାନେ ପଲିଥିନ୍‍ ବ୍ୟାନ୍‍ର ବିକଳ୍ପ ମଙ୍ଗ ଧରିଛନ୍ତି। ଆଉ କାଗଜ ବ୍ୟାଗ୍‍ ଦେଇଛି ରୋଜଗାର। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହାସହ ସେମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ପୁରୁଣା କାଗଜ ଓ ବ୍ରାଉନ୍‍ କାଗଜରେ ତିଆରି କରୁଛନ୍ତି ବ୍ୟାଗ୍‍। ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଏହି ନିଆରା ପ୍ର୍ରୟାସ।

ୱାର୍ଡ ନମ୍ବର ୧୪ ଲୁମ୍ବିନୀ ବିହାରର ଅନନ୍ୟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି କାଗଜ ବ୍ୟାଗ୍‍। ପରିବେଶ ଅନୁକୂଳ କାଗଜ ବ୍ୟାଗ୍‍ ତିଆରି କରି ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଏଥିପାଇଁ ସେମାନେ ପରିବାରର ବୋଝ ମୁଣ୍ଡାଇ ପାରିଛନ୍ତି। ଏହି ସ୍ଥିତିରେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ କାଗଜ ବ୍ୟାଗ୍‍ ତିଆରିରେ ଲାଗିପଡ଼ିଛନ୍ତି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘ ୧ବର୍ଷ ହେବ ସେମାନେ ଏହି କାଗଜ ବ୍ୟାଗ୍‍ ତିଆରି କରୁଛନ୍ତି। ମାର୍କେଟ୍‍ରୁ ବ୍ରାଉନ୍‍ ପେପର୍‍ କିଣି ଆଣୁଛନ୍ତି। ହାତରେ ବିଭିନ୍ନ ଡିଜାଇନ୍‍ର ବ୍ୟାଗ୍‍ ତିଆରି କରୁଛନ୍ତି। କେବଳ ସେତିକି ନୁହେଁ ଠୁଙ୍ଗା ମଧ୍ୟ ତିଆରି କରି ବିକ୍ରି କରୁଛନ୍ତି। ବର୍ତ୍ତମାନ ବଜାରରେ ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ବ୍ୟାନ୍‍ କରାଯାଇଥିବାରୁ ଧୀରେ ଧୀରେ ଏହି ବ୍ୟାଗ୍‍ର ଆଦୃତି ବଢ଼ିବାକୁ ଲାଗିଛି। ଏଥିପାଇଁ ସେମାନେ ମିଶନ ଶକ୍ତି ପକ୍ଷରୁ ଏହି ଗ୍ରୁପ୍‍କୁ ଋଣ ମଧ୍ୟ ମିଳିଛି। ଏହି ଟଙ୍କାରେ ସେମାନେ ଆଗକୁ ଏହି ବ୍ୟାଗ୍‍ ବ୍ୟବସାୟକୁ ଅଧିକ ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରତି ମାସରେ ପ୍ରାୟ ୨ହଜାର ବ୍ୟାଗ୍‍ ବିକ୍ରି କରୁଛନ୍ତି। ପଲିଥିନ୍‍ ବଦଳରେ କାଗଜ ବ୍ୟାଗ୍‍ ବ୍ୟବହାର ପାଇଁ ସ୍ଥାନୀୟ ବଜାରର ଦୋକାନରେ ବିକ୍ରି କରୁଛନ୍ତି। ଏହି ବ୍ୟାଗ୍‍ ପାଇଁ ବିଭିନ୍ନ ଆଡୁ ଅର୍ଡର ମଧ୍ୟ ଆସୁଛି। ଏହାସହିତ ମେଡିସିନ୍‍ ଷ୍ଟୋରରେ ମଧ୍ୟ କାଗଜ ବ୍ୟାଗ୍‍ ବିକ୍ରି କରୁଛନ୍ତି। ସେମାନେ ଏହି ବ୍ୟାଗ୍‍ର ଉପାଦେୟତା ଏବଂ ପଲିଥିନ୍‍ ଯୋଗୁଁ ଆମ ପରିବେଶ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରୁଛନ୍ତି। ଏହାବ୍ୟତୀତ ବସ୍ତି ଅଞ୍ଚଳରେ ମଧ୍ୟ ଏନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏଥିପାଇଁ ସେମାନେ ବ୍ୟାଗ୍‍ ପିଛା ୧୦-୧୨ ଟଙ୍କା ଲେଖାଏଁରେ ବିକ୍ରି କରୁଛନ୍ତି।

ଏହି ବ୍ୟାଗ୍‍ ତିଆରିରେ ୧୦ ଜଣ ମହିଳା ନିୟୋଜିତ ହୋଇଛନ୍ତି। ଘରର କାମଧନ୍ଦା ସାରିବା ପରେ ସନ୍ଧ୍ୟାରେ ଏକାଠି ବସି ବ୍ୟାଗ୍‍ ପ୍ରସ୍ତୁତ କରୁଛନ୍ତି। ପ୍ରତ୍ୟେକ ଦିନ ୧୦୦ ବ୍ୟାଗ୍‍ ତିଆରି କରୁଛନ୍ତି। ଏଥିପାଇଁ ମାସକୁ ୧୫ରୁ ୧୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏ ସମ୍ପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ମିଲି ରଣା କହିଛନ୍ତି, କୌଣସି ମେସିନ୍‍ ନୁହେଁ, ବରଂ ହାତରେ କାଗଜ ବ୍ୟାଗ୍‍ ପ୍ରସ୍ତୁତ କରୁଛୁ। ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏହି କାଗଜ ବ୍ୟାଗ୍‍ ତିଆରି କରୁଛନ୍ତି। ଏଥିପାଇଁ ବସ୍ତି ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ସଚେତନାର ଆବଶ୍ୟକତା ରହିଛି। ମହିଳାମାନେ ସଚେତନ ହୋଇପାରିଲେ ଘରେ ଘରେ ଏଥିପାଇଁ ସତର୍କ ହେବେ। ଧୀରେ ଧୀରେ ସମସ୍ତେ ଏହି ବ୍ୟାଗ୍‍ କିଣୁଛନ୍ତି। ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଆଣିବାବେଳେ ଏହି କାଗଜ ବ୍ୟାଗ୍‍ର ବ୍ୟବହାର ପାଇଁ ସଚେତନ କରାଯାଉଛି। ଏହାସହିତ ମିଶନ୍‍ ଶକ୍ତି ଦ୍ୱାରା ବିଭିନ୍ନ ଷ୍ଟଲ୍‍ରେ ଏହି କାଗଜ ବ୍ୟାଗ୍‍ ପ୍ରଦର୍ଶନୀ କରିବା ଦ୍ୱାରା ଲୋକେ ଅର୍ଡର ଦେଉଛନ୍ତି। ସଚେତନତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର