ମନୋରଞ୍ଜନ
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଲିଖିତ ଏହି ଲେଖାଟି ପ୍ରତି ମୁହୂର୍ତ୍ତରେ ମାତୃଭାଷାର ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନରେ ବାନ୍ଧି ହେବା ପାଇଁ ବାଧ୍ୟ କରିଥାଏ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ, ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ। ଏହାର ମାଧୁର୍ଯ୍ୟ ଆମକୁ କରିଛି ସ୍ବତନ୍ତ୍ର। ଏହା ଓଡ଼ିଶାର ପ୍ରଶାସନିକ ଭାଷା। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଏହା ଅନ୍ୟତମ। ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ […]
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଲିଖିତ ଏହି ଲେଖାଟି ପ୍ରତି ମୁହୂର୍ତ୍ତରେ ମାତୃଭାଷାର ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନରେ ବାନ୍ଧି ହେବା ପାଇଁ ବାଧ୍ୟ କରିଥାଏ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ, ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ। ଏହାର ମାଧୁର୍ଯ୍ୟ ଆମକୁ କରିଛି ସ୍ବତନ୍ତ୍ର। ଏହା ଓଡ଼ିଶାର ପ୍ରଶାସନିକ ଭାଷା। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଏହା ଅନ୍ୟତମ। ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି।

ଓଡ଼ିଆ ଭାଷା ଓଡ଼ିଶା ବ୍ୟତୀତ ଏହାର ଅନ୍ୟ ପଡୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ କୁହାଯାଏ। ୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ ତାରିଖ ଦିନ ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଥିଲା। ୨୦୧୫ରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।
ଏହାପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାଲମ୍କୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଛି। ଓଡ଼ିଆ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ତୁଳନାରେ ଖୁବ୍ କମ୍ ପାରସୀ ଓ ଆରବୀ ଭାଷା ଦ୍ବାରା ପ୍ରଭାବିତ। ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ସମୟରେ ତିଆରି ଖଣ୍ଡଗିରି ଓ ହାତୀଗୁମ୍ପାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ବିଷୟରେ ସୂଚନା ଦିଏ। ହାତୀଗୁମ୍ପାର ଶିଳାଲେଖରୁ ଜଣାଯାଏ ଯେ, ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ପାଲି ଭାଷାରୁ। ହାତୀଗୁମ୍ପା ଶିଳାଲେଖରେ ଭାଷା ହେଉଛି ପାଲି ଓ ଲିପି ହେଉଛି ବ୍ରାହ୍ମୀ। ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ, ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ବହୁ ପୁରାତନ।