ଓଡିଶାର ପରିବର୍ତ୍ତନ, ପ୍ରଗତି ଏବଂ ବିକାଶର ପ୍ରତିନିଧିତ୍ୱ କରୁଛି ‘ଶଙ୍ଖ’: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି। ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ […]

ଭୁବନେଶ୍ୱର: ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି। ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ ଭରସା ଥିବାରୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି। ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ। ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଓଡ଼ିଶା ବିଜେପି କ’ଣ କହିବାକୁ ଚାହୁଁଛି ଯେ ଜି-୨୦ ଲୋଗୋରେ, ପିଡିଏସ୍‌ ରାସନ ରସିଦରେ, ଆୟୁଷ୍ମାନ ଭାରତ ଲୋଗୋ, ଉଜ୍ଜ୍ୱଳା ଯୋଜନା ଲୋଗୋ ଓ ଅମୃତ ଯୋଜନା ଲୋଗୋରେ ବ୍ୟବହୃତ ହେଉଥିବା ପଦ୍ମ ଫୁଲ ସେମାନଙ୍କ ଦଳୀୟ ଚିହ୍ନ ଏବଂ ସେଥିପାଇଁ ସେମାନେ ଭାବୁଛନ୍ତି ଯେ ଅନ୍ୟତ୍ର ମଧ୍ୟ ‘ଶଙ୍ଖ’ ଚିହ୍ନ ବ୍ୟବହାର କରାଯାଉଛି? ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ସେମାନେ ନିଜର ସଂକୀର୍ଣ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ ଏବଂ ‘ଶଙ୍ଖ’ ଚିହ୍ନ ଭଳି ଅଣପ୍ରସଙ୍ଗ ନଉଠାଇ ଓଡ଼ିଶାବାସୀଙ୍କ ପାଇଁ କିଛି ଭଲ ଦିଗରେ କାର୍ଯ୍ୟ କରନ୍ତୁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଓଡ଼ିଶାକୁ ନବୀନ ଓଡ଼ିଶା, ନୂଆ ଓଡ଼ିଶାରେ ପରିଣତ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅଣ-ପ୍ରସଙ୍ଗ ଉଠାଇ ଓଡ଼ିଶା ବିଜେପି ରାଜ୍ୟର ବିକାଶ ଦିଗରେ ନିଜର ଉଦ୍ଦେଶ୍ୟର ଅଭାବ ଥିବା ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର