ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା; ୯୯ ଦିନରେ ଫଇସଲା, ଦୋଷୀକୁ ଆଜୀବନ କାରାଦଣ୍ଡ….

The Sakala Picture
Published On

ଝାରସୁଗୁଡ଼ା: ଜଣେ ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି  ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟ ର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ମାତ୍ର  ୯୯ ଦିନରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ  କରିବାରେ  ଝାରସୁଗୁଡା ପୋଲିସ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିଲା। ମାମଲାର ବିବରଣୀ ଅନୁଯାୟୀ, ଗତ ମେ ମାସ ୦୨ ତାରିଖରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରକୁ ଟେଲିଭିଜନ […]

ଝାରସୁଗୁଡ଼ା: ଜଣେ ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି  ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟ ର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସୂଚନାଯୋଗ୍ୟ ଯେ, ମାତ୍ର  ୯୯ ଦିନରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ  କରିବାରେ  ଝାରସୁଗୁଡା ପୋଲିସ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିଲା।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ମାମଲାର ବିବରଣୀ ଅନୁଯାୟୀ, ଗତ ମେ ମାସ ୦୨ ତାରିଖରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରକୁ ଟେଲିଭିଜନ ଶୁଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିବା ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।   ଏହା ସହ ଘଟଣା ସଂକ୍ରାନ୍ତରେ ପ୍ରକାଶ କଲେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ମଧ୍ୟ ଅଭିଯୁକ୍ତ ଧମକ ଦେଇଥିଲେ। ପରେ ନାବାଳିକା ଜଣକ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିବା ପରେ  ତାଙ୍କ ବାପା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

ରେଙ୍ଗାଲି ଥାନାରେ ଏହି ମାମଲା ନଂ–୧୦୫ ଭାବେ ପଞ୍ଜିକୃତ ହୋଇଥିଲା। ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ  ଅଭିଯୁକ୍ତକୁ ୮ ତାରିଖରେ ଗିରଫ କରାଯାଇଥିଲା। ଏହା ସହ ୨୮ ମଇ ରେ ଚାର୍ଜସିଟ୍ ଦାଖଲ କରାଗଲା।

ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା।

ଆଜି, କୋର୍ଟ ଏହି ଐତିହାସିକ ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୬୪(୨)(k) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ଧାରା ୬  ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇ ଦୋଷୀକୁ ଆଜୀବନ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା  ଜରିମାନା ଦଣ୍ଡିତ କରିଛନ୍ତି।

ଏହା ସହ  କ୍ଷତିପୂରଣ ଯୋଜନା ଅଧୀନରେ, ପୀଡିତାଙ୍କୁ ୧୦,୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଝାରସୁଗୁଡା ଏସପି ଶ୍ରୀ ସ୍ମିଥ ପି. ପରମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେଙ୍ଗାଲି  ଥାନା OIC ସମରେନ୍ଦ୍ର ନାୟକ ଏହି ମାମଲାର ତଦନ୍ତ କରିଥିଲେ। ସରକାରୀ ଓକିଲ ପି. ଆର ସିଂହ ଦେଓ ଏହି ମାମଲା ପରିଚାଳନା କରିଥିଲେ। ଓଡ଼ିଶା ପୋଲିସର ତଦନ୍ତ, ବୃତ୍ତିଗତ ଦକ୍ଷତା,  ପୀଡିତା ଓ ପରିବାରବର୍ଗଙ୍କ ସମର୍ଥନ ଏବଂ ସାକ୍ଷୀଙ୍କ ବୟାନ ଯୋଗୁଁ ଏହି ଐତିହାସିକ ସଫଳତା ମିଳିଛି। ଏହି ସଫଳତା ସମାଜର ସବୁଠାରୁ ଦୁର୍ବଳ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଓଡିଶା ପୋଲିସ ନ୍ୟାୟ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ପ୍ରକାଶ କରେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର