ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି; ରାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଥଣ୍ଡା, ଖସୁଛି ପାରଦ

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶୀତ କର୍ଫ୍ୟୁ। ରାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଥଣ୍ଡା, ଖସୁଛି ପାରଦ ।  କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେତୁ ରାଜ୍ୟରେ ୭ ଦିନ ହେବ ଲାଗି ରହିଥିବା ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ଅପରିବର୍ତ୍ତିତ ରହିଛି। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଜାରି ରହିଥିବା ଶୀତ ଲହରୀ ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଲେ ମଧ୍ୟ ଶୀତର ପ୍ରଭାବ ବିଶେଷ କମିବ ନାହିଁ ବୋଲି ଆକଳନ କରାଯାଇଛି। 

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଥିବା ବେଳେ ଶୀତର ପ୍ରଭାବ ଅଧିକ ରହୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା ଅର୍ଥାତ ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।  ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୪୮ ଘଣ୍ଟା ଘନ କୁହୁଡିର ପ୍ରଭାବ ରହିବ ବୋଲି ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କୋରାପୁଟରେ ଘନ କୁହୁଡ଼ିର ଦୃଶ୍ୟମାନ ହୋଇପାରେ, ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ଆହୁରି କହିଛନ୍ତି, ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ଶୀତ ଅନୁଭୂତ ହେବ। ଏହାପରେ ଗୋଟିଏ କିମ୍ୱା ଦୁଇ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୭ ଦିନ ମଧ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର