୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ

The Sakala Picture
Published On

ଭୁବନେଶ୍ୱର : ପୁଲିସ ହେପାଜତ ଓ କୋର୍ଟ ପରିସରରୁ ପୁଲିସକୁ ଚକ୍‍ମା ଦେଇ ଖସି ଯାଇଥିବା ଅପରାଧୀଙ୍କୁ ଧରିବା ଲାଗି ‘୨୨୪’ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରି କମିସନରେଟ ପୁଲିସ। ସାତବର୍ଷ ତଳେ ଏକ ଗଣଦୁଷ୍କର୍ମ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତକୁ ଶନିବାର ଗିରଫ କରିଛି କମିସନରେଟ୍‍ ପୁଲିସ। ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଓଡ଼ଗାଁର ଭାସ୍କର ସାହୁ। ପୂରା ଘଟଣା ଏମିତି। ୨୦୧୪ ମସିହା ଫେବୃଆରୀ ୧୩ତାରିଖରେ ୪ଜଣ ଅଭିଯୁକ୍ତ ଜଣେ ଯୁବତୀଙ୍କୁ ଭୁବନେଶ୍ୱରରୁ […]

ଭୁବନେଶ୍ୱର : ପୁଲିସ ହେପାଜତ ଓ କୋର୍ଟ ପରିସରରୁ ପୁଲିସକୁ ଚକ୍‍ମା ଦେଇ ଖସି ଯାଇଥିବା ଅପରାଧୀଙ୍କୁ ଧରିବା ଲାଗି ‘୨୨୪’ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରି କମିସନରେଟ ପୁଲିସ। ସାତବର୍ଷ ତଳେ ଏକ ଗଣଦୁଷ୍କର୍ମ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତକୁ ଶନିବାର ଗିରଫ କରିଛି କମିସନରେଟ୍‍ ପୁଲିସ। ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଓଡ଼ଗାଁର ଭାସ୍କର ସାହୁ। ପୂରା ଘଟଣା ଏମିତି। ୨୦୧୪ ମସିହା ଫେବୃଆରୀ ୧୩ତାରିଖରେ ୪ଜଣ ଅଭିଯୁକ୍ତ ଜଣେ ଯୁବତୀଙ୍କୁ ଭୁବନେଶ୍ୱରରୁ ନେଇ କଟକ କଳାପଥର ନିକଟରେ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ପରଦିନ ଅର୍ଥାତ୍‍ ୧୪ ତାରିଖରେ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେତେବେଳେ ଅଭିଯୁକ୍ତ ଭାସ୍କରକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିଲା।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଏଥିସହିତ ଜୁନ୍‍ ୧୨ରେ ଏହି ଚର୍ଚ୍ଚିତ ଘଟଣାରେ ପୁଲିସ ଚାର୍ଜସିଟି ମଧ୍ୟ ଦାଖଲ କରିଥିଲା। କିନ୍ତୁ ସେହିବର୍ଷ ଡିସେମ୍ବର ୯ତାରିଖରେ କୋର୍ଟରେ ଶୁଣାଣି ଲାଗି ଭାସ୍କର ଯାଉଥିବା ବେଳେ କୋର୍ଟ ପରିସରରୁ ଚକ୍‍ମା ଦେଇ ଖସିଯାଇଥିଲା। ସେ ଜାମ୍ମୁ-କଶ୍ମୀରରେ ଆତ୍ମଗୋପନ କରିଥିଲା। ଏହାପରେ ସେଠାରୁ ଲୁଚାଛପାରେ ଘର ଓଡ଼ଗାଁକୁ ଆସୁଥିଲା। ଏଥିସହିତ ୨ବର୍ଷ ତଳେ ବିବାହ ମଧ୍ୟ କରିଛି। ପୁଲିସର ନଜରରୁ ବର୍ତ୍ତିବା ଲାଗି ଲୁଚିକି ଘରେ ରହୁଥିଲା। କମିସନରେଟ ପୁଲିସ ଭାସ୍କରକୁ ଧରିବା ପାଇଁ ଜାଲ ବିଛାଇଥିଲା। କରୋନା ଲାଗି ସେ ଗାଁରେ ଥିବା ଖବର ପାଇଥିଲା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁରେ ଚଢ଼ଉ କରି ଭାସ୍କରକୁ ଗିରଫ କରାଯାଇଛି। ସେପଟେ ପୁଲିସ ହେପାଜତ କିମ୍ବା କୋର୍ଟକୁ ଖସିଯାଉଥିବାରୁ ଦଫା ୨୨୪ ଲାଗୁଛି। ତେଣୁ ଅପରେସନ୍‍ ନାଁ ବି ‘୨୨୪’ ଦେଇଛି କମିସନରେଟ ପୁଲିସ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅନ୍ୟପଟେ ଏହି ମର୍ମରେ ୨୦୨୦ରେ ଏୟାରଫିଲ୍ଡ ଥାନା ଅଞ୍ଚଳର ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିବା ଜିତେନ୍ଦ୍ର ପରିଡ଼ାକୁ ମଧ୍ୟ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ସେ ମଧ୍ୟ ସମାନ୍‍ ଢଙ୍ଗରେ କୋର୍ଟ ପରିସରରୁ ଖସିଯାଇଥିଲା। ତାକୁ ମଧ୍ୟ ଗତକାଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଦୁଇ ଦିନରେ ପୁଲିସ ହେପାଜତ ଓ କୋର୍ଟରୁ ଖସିଯାଇଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଭାବେ ୧୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଗକୁ ଏହି ଅପରେସନ ଜାରି ରହିବ ବୋଲି ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୦ ବର୍ଷ ଭିତରେ ପୁଲିସ ଓ କୋର୍ଟରୁ ୬୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

06 Jun 2021 By The Sakala

୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ

ଭୁବନେଶ୍ୱର : ପୁଲିସ ହେପାଜତ ଓ କୋର୍ଟ ପରିସରରୁ ପୁଲିସକୁ ଚକ୍‍ମା ଦେଇ ଖସି ଯାଇଥିବା ଅପରାଧୀଙ୍କୁ ଧରିବା ଲାଗି ‘୨୨୪’ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରି କମିସନରେଟ ପୁଲିସ। ସାତବର୍ଷ ତଳେ ଏକ ଗଣଦୁଷ୍କର୍ମ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତକୁ ଶନିବାର ଗିରଫ କରିଛି କମିସନରେଟ୍‍ ପୁଲିସ। ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଓଡ଼ଗାଁର ଭାସ୍କର ସାହୁ। ପୂରା ଘଟଣା ଏମିତି। ୨୦୧୪ ମସିହା ଫେବୃଆରୀ ୧୩ତାରିଖରେ ୪ଜଣ ଅଭିଯୁକ୍ତ ଜଣେ ଯୁବତୀଙ୍କୁ ଭୁବନେଶ୍ୱରରୁ ନେଇ କଟକ କଳାପଥର ନିକଟରେ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ପରଦିନ ଅର୍ଥାତ୍‍ ୧୪ ତାରିଖରେ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେତେବେଳେ ଅଭିଯୁକ୍ତ ଭାସ୍କରକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିଲା।

ଏଥିସହିତ ଜୁନ୍‍ ୧୨ରେ ଏହି ଚର୍ଚ୍ଚିତ ଘଟଣାରେ ପୁଲିସ ଚାର୍ଜସିଟି ମଧ୍ୟ ଦାଖଲ କରିଥିଲା। କିନ୍ତୁ ସେହିବର୍ଷ ଡିସେମ୍ବର ୯ତାରିଖରେ କୋର୍ଟରେ ଶୁଣାଣି ଲାଗି ଭାସ୍କର ଯାଉଥିବା ବେଳେ କୋର୍ଟ ପରିସରରୁ ଚକ୍‍ମା ଦେଇ ଖସିଯାଇଥିଲା। ସେ ଜାମ୍ମୁ-କଶ୍ମୀରରେ ଆତ୍ମଗୋପନ କରିଥିଲା। ଏହାପରେ ସେଠାରୁ ଲୁଚାଛପାରେ ଘର ଓଡ଼ଗାଁକୁ ଆସୁଥିଲା। ଏଥିସହିତ ୨ବର୍ଷ ତଳେ ବିବାହ ମଧ୍ୟ କରିଛି। ପୁଲିସର ନଜରରୁ ବର୍ତ୍ତିବା ଲାଗି ଲୁଚିକି ଘରେ ରହୁଥିଲା। କମିସନରେଟ ପୁଲିସ ଭାସ୍କରକୁ ଧରିବା ପାଇଁ ଜାଲ ବିଛାଇଥିଲା। କରୋନା ଲାଗି ସେ ଗାଁରେ ଥିବା ଖବର ପାଇଥିଲା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁରେ ଚଢ଼ଉ କରି ଭାସ୍କରକୁ ଗିରଫ କରାଯାଇଛି। ସେପଟେ ପୁଲିସ ହେପାଜତ କିମ୍ବା କୋର୍ଟକୁ ଖସିଯାଉଥିବାରୁ ଦଫା ୨୨୪ ଲାଗୁଛି। ତେଣୁ ଅପରେସନ୍‍ ନାଁ ବି ‘୨୨୪’ ଦେଇଛି କମିସନରେଟ ପୁଲିସ।

ଅନ୍ୟପଟେ ଏହି ମର୍ମରେ ୨୦୨୦ରେ ଏୟାରଫିଲ୍ଡ ଥାନା ଅଞ୍ଚଳର ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିବା ଜିତେନ୍ଦ୍ର ପରିଡ଼ାକୁ ମଧ୍ୟ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ସେ ମଧ୍ୟ ସମାନ୍‍ ଢଙ୍ଗରେ କୋର୍ଟ ପରିସରରୁ ଖସିଯାଇଥିଲା। ତାକୁ ମଧ୍ୟ ଗତକାଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଦୁଇ ଦିନରେ ପୁଲିସ ହେପାଜତ ଓ କୋର୍ଟରୁ ଖସିଯାଇଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଭାବେ ୧୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଗକୁ ଏହି ଅପରେସନ ଜାରି ରହିବ ବୋଲି ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୦ ବର୍ଷ ଭିତରେ ପୁଲିସ ଓ କୋର୍ଟରୁ ୬୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଛନ୍ତି।

https://www.thesakala.in/latest-odisha-news/seven-years-later-the-perpetrator-was-arrested/article-2713
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର