ପଶ୍ଚିମବଙ୍ଗରେ ୭ ବର୍ଷର ଶିଶୁକୁ ଓମିକ୍ରନ, ଓଡ଼ିଶା ପାଇଁ ସତର୍କ ଘଣ୍ଟି

The Sakala Picture
Published On

କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର  ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା। ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା। ଆର୍‌ଟିପିସିଆର୍‌ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ  ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ […]

କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର  ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା। ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା। ଆର୍‌ଟିପିସିଆର୍‌ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ  ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ଟେଷ୍ଟ ପରେ ଶିଶୁଟି ପରିବାର ସହ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ନିଜ ଗାଁକୁ ପଳାଇଆସିଥିବା ବେଳେ ଆଜି ହାଇଦ୍ରାବାଦ ବିମାନ ବନ୍ଦର ପକ୍ଷରୁ ଶିଶୁଟି ଓମିକ୍ରନରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ମୁର୍ଶିଦାବାଦ ଜିଲ୍ଲା ମେଡ଼ିକାଲ କଲେଜକୁ ଏନେଇ ମଧ୍ୟ ହାଇଦ୍ରାବାଦ ବିମାନ ବନ୍ଦର କତ୍ତୃପକ୍ଷ ଅବଗତ କରାଇଛନ୍ତି। ବର୍ତ୍ତମାନ ଶିଶୁଟି ନିଜ ଘରେ ହୋମ୍ ଆଇସୋଲେଶନ ରେ ରହିଛି ଏବଂ ତାର  ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଅନ୍ୟପଟେ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି। ପ୍ରଥମେ ପଡୋଶୀ ଆନ୍ଧ୍ରପ୍ରଦେଶ ଆଉ ଏବେ ଆଉ ଏକ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟହେବାପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ ତେଲେଙ୍ଗାନାରୁ ୩ଟି ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି। ଏଠାରେ ଏବେ ଯାଏଁ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି। ଏହାବ୍ୟତୀତ ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୬, ଚଣ୍ଡିଗଡରୁ ୧ କେସ୍‌ ରହିଛି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ସାରା ବିଶ୍ୱରେ ବର୍ତ୍ତମାନ ଯାଏ ୭୭ଟି ଦେଶକୁ ବ୍ୟାପିସାରିଲାଣି ଓମିକ୍ରନ୍‌।

15 Dec 2021 By The Sakala

ପଶ୍ଚିମବଙ୍ଗରେ ୭ ବର୍ଷର ଶିଶୁକୁ ଓମିକ୍ରନ, ଓଡ଼ିଶା ପାଇଁ ସତର୍କ ଘଣ୍ଟି

କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର  ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା। ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା। ଆର୍‌ଟିପିସିଆର୍‌ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ  ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ଟେଷ୍ଟ ପରେ ଶିଶୁଟି ପରିବାର ସହ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ନିଜ ଗାଁକୁ ପଳାଇଆସିଥିବା ବେଳେ ଆଜି ହାଇଦ୍ରାବାଦ ବିମାନ ବନ୍ଦର ପକ୍ଷରୁ ଶିଶୁଟି ଓମିକ୍ରନରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ମୁର୍ଶିଦାବାଦ ଜିଲ୍ଲା ମେଡ଼ିକାଲ କଲେଜକୁ ଏନେଇ ମଧ୍ୟ ହାଇଦ୍ରାବାଦ ବିମାନ ବନ୍ଦର କତ୍ତୃପକ୍ଷ ଅବଗତ କରାଇଛନ୍ତି। ବର୍ତ୍ତମାନ ଶିଶୁଟି ନିଜ ଘରେ ହୋମ୍ ଆଇସୋଲେଶନ ରେ ରହିଛି ଏବଂ ତାର  ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଅନ୍ୟପଟେ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି। ପ୍ରଥମେ ପଡୋଶୀ ଆନ୍ଧ୍ରପ୍ରଦେଶ ଆଉ ଏବେ ଆଉ ଏକ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟହେବାପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ ତେଲେଙ୍ଗାନାରୁ ୩ଟି ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି। ଏଠାରେ ଏବେ ଯାଏଁ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି। ଏହାବ୍ୟତୀତ ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୬, ଚଣ୍ଡିଗଡରୁ ୧ କେସ୍‌ ରହିଛି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ସାରା ବିଶ୍ୱରେ ବର୍ତ୍ତମାନ ଯାଏ ୭୭ଟି ଦେଶକୁ ବ୍ୟାପିସାରିଲାଣି ଓମିକ୍ରନ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର