ଗଞ୍ଜାମ, ରାୟଗଡ଼ା, କୋରାପୁଟର ସେରୋ ସର୍ଭେ ରିପୋର୍ଟ ; ୬୫% ଲୋକଙ୍କଠାରେ ଆଣ୍ଟିବଡି

The Sakala Picture
Published On

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ କିଛି ସନ୍ତୋଷଜନକ ଖବର ଆସିଛି। ଚତୁର୍ଥ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେରେ ଅଧିକାଂଶ ଲୋକ ଏପରିକି ଛୋଟ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆରଏମ୍‍ଆରସି ପକ୍ଷରୁ ଗଞ୍ଜାମ, କୋରାପୁଟ ଏବଂ ରାୟଗଡ଼଼ା ଜିଲ୍ଲାରେ କରାଯାଇ ଥିବା ସେରୋ ସର୍ଭେରେ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏହି ତିନି ଜିଲ୍ଲାରେ ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୬୫.୧୨ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ […]

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ କିଛି ସନ୍ତୋଷଜନକ ଖବର ଆସିଛି। ଚତୁର୍ଥ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେରେ ଅଧିକାଂଶ ଲୋକ ଏପରିକି ଛୋଟ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆରଏମ୍‍ଆରସି ପକ୍ଷରୁ ଗଞ୍ଜାମ, କୋରାପୁଟ ଏବଂ ରାୟଗଡ଼଼ା ଜିଲ୍ଲାରେ କରାଯାଇ ଥିବା ସେରୋ ସର୍ଭେରେ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏହି ତିନି ଜିଲ୍ଲାରେ ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୬୫.୧୨ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୮୫ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ତେବେ ତିନି ଜିଲ୍ଲାରେ ହୋଇଥିବା ସେରୋ ସର୍ଭେ ରିପୋର୍ଟରେ ୫୦ ପ୍ରତିଶତରୁ ଅଧିକ ଶିଶୁଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସର୍ଭେରେ ସାମିଲ ହୋଇଥିବା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଅଧିକ ରୋଗପ୍ରତିରୋଧକ ଶକ୍ତି ଥିବା ଦେଖାଯାଇଛି। ଚତୁର୍ଥ ଥର ପାଇଁ ଆରଏମ୍‍ଆରସି ଓଡ଼ିଶାରେ ସେରୋଲଜିକାଲ ସର୍ଭେ କରିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରିପୋର୍ଟ ଅନୁସାରେ ଗଞ୍ଜାମରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା ବେଳେ ରାୟଗଡ଼଼ା ଓ କୋରାପୁଟରେ ଯଥାକ୍ରମେ ୬୩ ପ୍ରତିଶତ ଏବଂ ୬୧.୩ ପ୍ରତିଶତ ରହିଛି। ଉପରୋକ୍ତ ସମୟ ମଧ୍ୟରେ ୧୨୩୦ ଜଣ ସାଧାରଣ ଲୋକ ଏବଂ ୩୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା। ଜାତୀୟ ସ୍ତରରେ ଆଣ୍ଟିବଡି ହାର ୬୭.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ଠାରୁ ଅଧିକ ରହିଛି। ଏଥିରେ ୬ରୁ ୯ ବର୍ଷ ମଧ୍ୟରେ ପିଲାମାନଙ୍କୁ ସାମିଲ କରାଯାଇଥିଲା। କରୋନା ଭୁତାଣୁକୁ ରୋକିବା ପାଇଁ ପିଲାମାନେ ସକ୍ଷମ ବୋଲି କୁହାଯାଇଛି। ସର୍ଭେରେ ସାମିଲ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ରହିଥିବା ବେଳେ ୧୦ରୁ ୧୭ ବର୍ଷ ମଧ୍ୟରେ ୫୫ ପ୍ରତିଶତ, ୧୮-୪୪ ବର୍ଷ ମଧ୍ୟରେ ୬୩ ପ୍ରତିଶତ, ୪୫ରୁ ୬୦ ବର୍ଷ ମଧ୍ୟରେ ୭୮ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ପ୍ରାୟ ୩୯.୪୭ ପ୍ରତିଶତ ଲୋକ ସେରୋ ନେଗେଟିଭ୍‍ ଅବା ଆଣ୍ଟିବଡି ନଥିବା ଜଣାପଡ଼ିଥିଲା। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସେରୋ ସର୍ଭିଲାନ୍ସରେ ମିଳିଥିବା ତଥ୍ୟ ଉତ୍ସାହଜନକ। ଦୁଇ ଦୁଇଟି ସଂକ୍ରମଣ ଲହରକୁ ସାମ୍ନା କରିବା ପରେ କୋଭିଡ୍‍ ଟିକାକରଣ ହେତୁ ଅଧିକ ଲୋକଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଭଲ ଆଣ୍ଟିବଡି ସୃଷ୍ଟି ହୋଇଛି। ବୟସ୍କ ଲୋକଙ୍କୁ ପ୍ରଥମେ ଟିକା ଦିଆଯାଇ ଥିବାରୁ ସେମାନଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

25 Jul 2021 By The Sakala

https://www.thesakala.in/latest-odisha-news/sero-survey-report-odisha/article-4080
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର