ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣାରେ ୧୦ ଆହତ, ୪ ଗୁରୁତର

The Sakala Picture
Published On

ଜଳେଶ୍ୱର: ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । ବାଲେଶ୍ୱର ଜିଲ୍ଲା ଗାନ୍ଧିଛକ-ବାଲିଆପାଳ ରାସ୍ତାର ପେଜଗଲ ନିକଟରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା । ଅଟୋ, କାର ଓ ମଟରସାଇକେଲ ସହିତ ସିରିଜ ଦୁର୍ଘଟଣା ହୋଇଥିବା ସୁଚନା । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୬ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି […]

ଜଳେଶ୍ୱର: ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । ବାଲେଶ୍ୱର ଜିଲ୍ଲା ଗାନ୍ଧିଛକ-ବାଲିଆପାଳ ରାସ୍ତାର ପେଜଗଲ ନିକଟରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା । ଅଟୋ, କାର ଓ ମଟରସାଇକେଲ ସହିତ ସିରିଜ ଦୁର୍ଘଟଣା ହୋଇଥିବା ସୁଚନା । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୬ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଓଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ ଫେରୁଥିଲେ। ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗରୁ ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କାର ସହ ଜୋରରେ ଧକ୍କା ଦେଇ ରାସ୍ତାର ତଳକୁ ଖସି ପଡିଥିଲା । ଫଳରେ ଅଟୋ, କାର ଏବଂ ବାଇକ ସିରିଜ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର