ଓଡ଼ିଶାର ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କଲେ ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ

The Sakala Picture
Published On

ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା […]

ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଜାଗା ମିଶନ କଣ ? ସହରାଞ୍ଚଳ ଭୂମିହୀନଙ୍କୁ କେମିତି ମିଳୁଛି ଜମି ଅଧିକାର ? ଜମି ମିଳିବା ପରେ କେମିତି ତିଆରି ହୋଇଛି ଘର? ବିଜୁ ଆଦର୍ଶ କଲୋନୀରେ ଲୋକେ କେମିତି ରହୁଛନ୍ତି ? ବସ୍ତିରେ ପରିମଳ ବ୍ୟବସ୍ଥା କିଭଳି ରହିଛି ? ସହର ବିକାଶରେ ଭୂମିହୀନ ସହରାଞ୍ଚଳ ବାସିନ୍ଦାଙ୍କ ଯୋଗଦାନ କେତେ ରହିଛି? ସରକାର ଭୂମିହୀନଙ୍କୁ ଜମି ଅଧିକାର ସହ ଘର କେମିତି ଯୋଗାଇ ଦେଉଛନ୍ତି? ଗ୍ରାଉଣ୍ଡକୁ ଯାଇ ଏସବୁକୁ ଦେଖିଛନ୍ତି ୬ଟି ରାଜ୍ୟରୁ ଆସିଥିବା ଆଇଏଏସ ପ୍ରତିନିଧି। ଭାରତ ଦର୍ଶନ ମାଧ୍ୟମରେ ଓଡ଼ିଶା ଆସିଥିବା ପଞ୍ଜାବ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ଆଇଏଏସ୍ ମାନେ ଆଜି ଭୁବନେଶ୍ବର ସ୍ଥିତ ଜାଗା ମିଶନ କାର୍ଯ୍ୟାଳୟରେ ଯୋଜନା ସଂପର୍କୀତ ଭିଡିଓ ଦେଖିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ଓଡ଼ିଶା ସରକାର କିଭଳି ଜମି ଅଧକାର ପ୍ରଦାନ କରିଛନ୍ତି ଏବଂ ବସ୍ତିରେ ଲୋକମାନେ କିଭଳି ଶୃଙ୍ଖଳିତ ଭାବରେ ବସବାସ କରୁଛନ୍ତି ତାହା ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା ଦେଶରେ ନମ୍ବର ଓ୍ବାନ୍। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରୁଛନ୍ତି। ଜମି ମିଳିବା ପରେ ନିଜ ଘରକୁ ସୁନ୍ଦର କରିବା ସହ ସବୁ ବିକଶମୂଳକ କାର୍ଯ୍ୟରେ କିଭଳି ଯୋଗଦାନ କରୁଛନ୍ତି ସେନେଇ ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ୨୯୧୯ଟି ବସ୍ତି ଚିହ୍ନଟ କରାଯାଇଛି। ଏବେସୁଦ୍ଧା ୧୧୦ଟି ସହରାଞ୍ଚଳରେ ୧ଲକ୍ଷ ୭୫ହଜାର ଜମିଅଧିକାର ପ୍ରଦାନ କରାଯାଇଛି। ସେଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ବିଶେଷ କରି ବସ୍ତି ଅଞ୍ଚଳର ବିକାଶ କିଭଳି ନିଜେ କରିପାରିବେ ସେନେଇ ବସ୍ତିବାସିନ୍ଦାଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

୬ରାଜ୍ୟର ଆଇଏଏସମାନେ ବସ୍ତି ବୁଲିବା ସମୟରେ ବସ୍ତିବାସିନ୍ଦାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ବିଭୋର ହୋଇଛନ୍ତି । ଘରକୁ ଅତିଥି ଆସିବା ଭଳି ବସ୍ତିବାସିନ୍ଦା ଏକାଠି ହୋଇ ପାଛୋଟି ନେବା ସେମାନଙ୍କୁ ଅଭିଭୂତ କରିଛି । ବିଶେଷ କରି ସହର ବିକାଶରେ ବସ୍ତିବାସିନ୍ଦାଙ୍କ ଯୋଗଦାନ ଯେଉଁଭଳି ରହିଛି ତାହା ଦେଶରେ ବିରଳ। ଏହାକୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି।

27 Feb 2023 By The Sakala

ଓଡ଼ିଶାର ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କଲେ ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ

ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ।

ଜାଗା ମିଶନ କଣ ? ସହରାଞ୍ଚଳ ଭୂମିହୀନଙ୍କୁ କେମିତି ମିଳୁଛି ଜମି ଅଧିକାର ? ଜମି ମିଳିବା ପରେ କେମିତି ତିଆରି ହୋଇଛି ଘର? ବିଜୁ ଆଦର୍ଶ କଲୋନୀରେ ଲୋକେ କେମିତି ରହୁଛନ୍ତି ? ବସ୍ତିରେ ପରିମଳ ବ୍ୟବସ୍ଥା କିଭଳି ରହିଛି ? ସହର ବିକାଶରେ ଭୂମିହୀନ ସହରାଞ୍ଚଳ ବାସିନ୍ଦାଙ୍କ ଯୋଗଦାନ କେତେ ରହିଛି? ସରକାର ଭୂମିହୀନଙ୍କୁ ଜମି ଅଧିକାର ସହ ଘର କେମିତି ଯୋଗାଇ ଦେଉଛନ୍ତି? ଗ୍ରାଉଣ୍ଡକୁ ଯାଇ ଏସବୁକୁ ଦେଖିଛନ୍ତି ୬ଟି ରାଜ୍ୟରୁ ଆସିଥିବା ଆଇଏଏସ ପ୍ରତିନିଧି। ଭାରତ ଦର୍ଶନ ମାଧ୍ୟମରେ ଓଡ଼ିଶା ଆସିଥିବା ପଞ୍ଜାବ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ଆଇଏଏସ୍ ମାନେ ଆଜି ଭୁବନେଶ୍ବର ସ୍ଥିତ ଜାଗା ମିଶନ କାର୍ଯ୍ୟାଳୟରେ ଯୋଜନା ସଂପର୍କୀତ ଭିଡିଓ ଦେଖିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ଓଡ଼ିଶା ସରକାର କିଭଳି ଜମି ଅଧକାର ପ୍ରଦାନ କରିଛନ୍ତି ଏବଂ ବସ୍ତିରେ ଲୋକମାନେ କିଭଳି ଶୃଙ୍ଖଳିତ ଭାବରେ ବସବାସ କରୁଛନ୍ତି ତାହା ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି।

ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା ଦେଶରେ ନମ୍ବର ଓ୍ବାନ୍। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରୁଛନ୍ତି। ଜମି ମିଳିବା ପରେ ନିଜ ଘରକୁ ସୁନ୍ଦର କରିବା ସହ ସବୁ ବିକଶମୂଳକ କାର୍ଯ୍ୟରେ କିଭଳି ଯୋଗଦାନ କରୁଛନ୍ତି ସେନେଇ ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ୨୯୧୯ଟି ବସ୍ତି ଚିହ୍ନଟ କରାଯାଇଛି। ଏବେସୁଦ୍ଧା ୧୧୦ଟି ସହରାଞ୍ଚଳରେ ୧ଲକ୍ଷ ୭୫ହଜାର ଜମିଅଧିକାର ପ୍ରଦାନ କରାଯାଇଛି। ସେଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ବିଶେଷ କରି ବସ୍ତି ଅଞ୍ଚଳର ବିକାଶ କିଭଳି ନିଜେ କରିପାରିବେ ସେନେଇ ବସ୍ତିବାସିନ୍ଦାଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି ।

୬ରାଜ୍ୟର ଆଇଏଏସମାନେ ବସ୍ତି ବୁଲିବା ସମୟରେ ବସ୍ତିବାସିନ୍ଦାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ବିଭୋର ହୋଇଛନ୍ତି । ଘରକୁ ଅତିଥି ଆସିବା ଭଳି ବସ୍ତିବାସିନ୍ଦା ଏକାଠି ହୋଇ ପାଛୋଟି ନେବା ସେମାନଙ୍କୁ ଅଭିଭୂତ କରିଛି । ବିଶେଷ କରି ସହର ବିକାଶରେ ବସ୍ତିବାସିନ୍ଦାଙ୍କ ଯୋଗଦାନ ଯେଉଁଭଳି ରହିଛି ତାହା ଦେଶରେ ବିରଳ। ଏହାକୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର