ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବରିଷ୍ଠ ନେତା ପ୍ରଦୀପ ମାଝୀ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ। ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା […]

ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ। ଦଳରେ କାମ କରିବାକୁ ସୁଯୋଗ ମିଳୁନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଛି ବୋଲି ଇସ୍ତଫା ପତ୍ରରେ ପ୍ରଦୀପ ଉଲ୍ଲେଖ କରିଥିଲେ। କଂଗ୍ରେସ ଛାଡିବାବେଳେ ପିସିସି କାର୍ଯ୍ଯକାରୀ ସଭାପତି ଦାୟିତ୍ୱରେ ଥିଲେ ଦକ୍ଷିଣ ଓଡ଼ିଶାର ଏହି ନେତା।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ନିକଟରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର