ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି। ଏନଏସଜି […]

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ ଏନଏସଜି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

10 Mar 2021 By The Sakala

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି।

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ ଏନଏସଜି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ।

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର