ଜାଗର ଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ସୁରକ୍ଷା କଡାକଡି

The Sakala Picture
Published On

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ । ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ […]

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର