ଜାଗର ଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ସୁରକ୍ଷା କଡାକଡି

The Sakala Picture
Published On

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ । ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ […]

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

10 Mar 2021 By The Sakala

ଜାଗର ଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ସୁରକ୍ଷା କଡାକଡି

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ ।

ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର