ଦୀପାବଳି ପାଇଁ ଶ୍ରୀମନ୍ଦିର ବଡ଼ଦାଣ୍ଡରେ ୧୪୪ ଧାରା ଜାରି, ସାଧାରଣ ଦର୍ଶନ ବନ୍ଦ

The Sakala Picture
Published On

ପୁରୀ: ଆଜି ପବିତ୍ର ଦୀପାବଳି । ଏହି ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଥର ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ହେବନି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, କାଉଁରିଆ କାଠି ଜାଳିବା […]

ପୁରୀ: ଆଜି ପବିତ୍ର ଦୀପାବଳି । ଏହି ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଥର ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ହେବନି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହି ନିର୍ଦ୍ଦେଶନାମା ଅନୁଯାୟୀ, କାଉଁରିଆ କାଠି ଜାଳିବା ଅନୁମତି ମିଳିଲେ ପ୍ରବଳ ଜନ ସମାଗମ ହେବା ଆଶଙ୍କା ରହିଛି। ଏହାବ୍ୟତୀତ ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ଼ କଟକଣ ଉଲଂଘନ ହେବାର ଆଶଙ୍କା ଥିବାରୁ ଗୁରୁବାର ଦୀପାବଳି ଅମାବାସ୍ୟାରେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଏହି କଟକଣା ଗୁରୁବାର ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏତଦ୍‌ବ୍ୟତୀତ ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ପାଇଁ ମଧ୍ୟ ୧୪୪ ଧାରା ଜାରି ହେବ। ଗୁରୁବାର ରାତି ଏବଂ ଶୁକ୍ରବାର ଏହି କଟକଣା ଲଗାଯିବ। କେବଳ କମିଟି ସଦସ୍ୟ ଏବଂ ସେବାୟତମାନଙ୍କୁ ପୀଠକୁ ଅନୁମତି ମିଳିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସାଧାରଣ ଦର୍ଶନ ବନ୍ଦ

ପବିତ୍ର ଦୀପାବଳିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। କୋଭିଡ଼ କଟକଣା ଦୃଷ୍ଟିରେ ରଖି ବିଭିନ୍ନ ପର୍ବପର୍ବାଣିରେ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ତେଣୁ ଗୁରୁବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯିବ। ଗତ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନଭେମ୍ବର ମାସ ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହିମାସର ରବିବାର ବ୍ୟତୀତ ଆଉ ତିନିଦିନ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ତିନିଦିନ ମଧ୍ୟରେ ଗୁରୁବାର ଦୀପାବଳି ବ୍ୟତୀତ ୧୫ ତାରିଖ ଏକାଦଶୀ ଏବଂ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଦର୍ଶନ ବନ୍ଦ ରଖାଯିବ। କାରଣ ଏହିସବୁ ଦିନମାନଙ୍କରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର