ସୁଭଦ୍ରା ଯୋଜନାକୁ ନେଇ ବଡଖବର: ଅକ୍ଟୋବର ୯ରେ ଆକାଉଣ୍ଟକୁ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତା ୯ରେ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ଟଙ୍କା । ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା । ରାଜ୍ୟର ମହିଳାଙ୍କ ପାଇଁ ଓଡିଶାର […]

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତା ୯ରେ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ଟଙ୍କା । ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ରାଜ୍ୟର ମହିଳାଙ୍କ ପାଇଁ ଓଡିଶାର ନୂଆ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା । ଆଉ ଏଥି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଆଧାର କରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ମିଳିଥିଲା । ହେଲେ ପ୍ରଥମ ପର୍ଯ୍ୟାୟର ୨ୟ କିସ୍ତି ଟଙ୍କା କେବେ ମିଳିବ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏସବୁ ଭିତରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ୨ୟ କିସ୍ତି ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୯ ତାରିଖ ଦିନ ସୁଭଦ୍ରା ଯୋଜନାର ୨ୟ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି।ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର