ମନୋରଞ୍ଜନ
ଓଡ଼ିଶା
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଏମ୍ବିବିଏସ୍ ଓ ବିଡିଏସ୍ ନାମଲେଖା
ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଆଜିଠୁ ନାମଲେଖା ହେବ। ମେଧାତାଲିକାରେ ଥିବା ଛାତ୍ରଛାତ୍ରୀ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବେ। ଏମବିବିଏସ ପାଇଁ ଏସସିବିରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ରିପୋର୍ଟିଂ କରିବାକୁ ଥିବାବେଳେ ଏମକେସିଜି ପାଇଁ ୧୧ରୁ ୧୨ ଭିମସାର୍ ପାଇଁ ୧୨ରୁ ୧ଟା ବଲାଙ୍ଗିର ପାଇଁ ୨ରୁ ୩ଟା ଏବଂ କୋରାପୁଟ ମେଡିକାଲ୍ କଲେଜରେ ନାମଲେଖା ଲାଗି ଛାତ୍ରଛାତ୍ରୀ ଅପରାହ୍ଣ ୩ରୁ ୪ଟା […]
ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଆଜିଠୁ ନାମଲେଖା ହେବ। ମେଧାତାଲିକାରେ ଥିବା ଛାତ୍ରଛାତ୍ରୀ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବେ। ଏମବିବିଏସ ପାଇଁ ଏସସିବିରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ରିପୋର୍ଟିଂ କରିବାକୁ ଥିବାବେଳେ ଏମକେସିଜି ପାଇଁ ୧୧ରୁ ୧୨ ଭିମସାର୍ ପାଇଁ ୧୨ରୁ ୧ଟା ବଲାଙ୍ଗିର ପାଇଁ ୨ରୁ ୩ଟା ଏବଂ କୋରାପୁଟ ମେଡିକାଲ୍ କଲେଜରେ ନାମଲେଖା ଲାଗି ଛାତ୍ରଛାତ୍ରୀ ଅପରାହ୍ଣ ୩ରୁ ୪ଟା ମଧ୍ୟରେ ରିପୋର୍ଟିଂ କରିବେ।
ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ
ସେହିପରି ୨୩ ତାରିଖ ଦିନ ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ସୁନ୍ଦରଗଡ଼ ମେଡିକାଲ୍ କଲେଜରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ୨୪ରେ ଏସସିବି ଡେଣ୍ଟାଲ ଓ ହାଇଟେକ୍ ମେଡିକାଲ୍ କଲେଜରେ ନାମଲେଖାଇବାକୁ ଥୁିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ଦ୍ୱିତୀୟ ପର୍ଯାୟ ନାମଲେଖା ୨୪ ତାରିଖ ମଧ୍ୟରେ ଶେଷ ହେବ।






