ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର, ଜଳଲାଗି ପାଇଁ ବାବା ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡିଆଙ୍କ ଭିଡ

The Sakala Picture
Published On

ଆରଡି: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଜଳଲାଗି ପାଇଁ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଲାଗିଛି । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡିଆ ଭକ୍ତମାନେ ବିଭିନ୍ନ ନଦୀରୁ ପାଣିଭାର ଉଠାଇ ଖାଲି ପାଦରେ ଚାଲିଚାଲି ରବିବାର ପହଁଚିଥିଲେ ବାବାଙ୍କ ପୀଠରେ। ଗୋଟିଏ ଦିନରେ ସଂକ୍ରାନ୍ତି, […]

ଆରଡି: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଜଳଲାଗି ପାଇଁ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଲାଗିଛି । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡିଆ ଭକ୍ତମାନେ ବିଭିନ୍ନ ନଦୀରୁ ପାଣିଭାର ଉଠାଇ ଖାଲି ପାଦରେ ଚାଲିଚାଲି ରବିବାର ପହଁଚିଥିଲେ ବାବାଙ୍କ ପୀଠରେ। ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସେହିପରି ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାସ ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଗହଳି ଲାଗି ରହିଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର