ରଥଯାତ୍ରାର ଆଜି ଦ୍ବିତୀୟ ଦିନ: ଜନ ସମୁଦ୍ର ବଡଦାଣ୍ଡ, ଅଧାରେ ଅଟକିଥିବା ତିନିରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ..
ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି […]
ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି ରହିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଛି। ଘଣ୍ଟଘଣ୍ଟା ବାଦ୍ୟରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ତାଳଧ୍ବଜ ରଥକୁ ଟାଣିଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ ଓ ଶ୍ରାଦ୍ଧାଳୁ । ପରେପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି।